STORYMIRROR

Bharatabandhu Biswal

Fantasy Inspirational Others

4  

Bharatabandhu Biswal

Fantasy Inspirational Others

ବିଜେ ହୁଅ ଶୀତରାଣୀ

ବିଜେ ହୁଅ ଶୀତରାଣୀ

1 min
284


ସରଗ ରାଇଜ ରାଜ କୁମାରୀ ସେ

କୁହୁଡି ଚଦର ଟାଣି

ଆରୋହୀ ସବାରୀ ମରତପୁରୀକୁ

ଆସୁଅଛି ଶୀତରାଣୀ ।

ବିଜେ ହେଉଛନ୍ତି ଥିରିଥିରି ପାଦେ

ନୀଳ ନୀଳିମା ବିକଶେ

ଦିଶେ ହିମପ୍ରସ୍ଥ ଶୁଭ୍ର ଶୋଭାବନ୍ତ 

ଉପତ୍ଯକା ଗିରି ଶୀର୍ଷେ ।

ଡାକେ ହାତ ଠାରି ବନ ସବୁଜିମା

ସୁଷମା ମୃଗ ନୟନୀ

ବିମୋହିତ କରେ କୁଳୁକୁଳୁ ନାଦ

ସୁହାସିନୀ ନିର୍ଝରିଣୀ ।

କେକା ନାଦ କରି ପୁଚ୍ଛକୁ ମେଲାଇ 

ବିଭୋରେ ନାଚେ ମୟୂର

ନନ୍ଦନରେ ଛୁଟେ ଚନ୍ଦନ ସୁଗନ୍ଧ

କିରଣ ସ୍ନିଗ୍ଧ ଶୀତଳ ।

ଉଦ୍ଭାସେ କେଦାରେ ପକ୍ବଶାଳୀ ଧାନ୍ଯ

ସୁନେଲି ସୋରିଷ ଫୁଲ

ଖେଳଇ ଜୀବନେ ଆନନ୍ଦ ଉଲ୍ଲାସ 

ଶୀତ ପ୍ରାଚୁର୍ଯ୍ୟ ସମ୍ଭାର ।

ଆଗ୍ରହେ ସକଳେ ପଶମ ବସ୍ତ୍ରକୁ

କରି ହର୍ଷେ ପରିଧାନ

କ୍ରିଡା କଉତୁକ ବଣଭୋଜି କରି

ଅବସର ବିନୋଦନ ।

ସୁସଜ୍ଜିତ ହୋଇ ରଙ୍ଗ ବଇଭବେ

ପ୍ରକୃତି ବିବିଧବର୍ଣ୍ଣା 

ଶୁଣ କର୍ଣ୍ଣ ଡେରି ତୋଳେ ଶୀତରାଣୀ

ସଙ୍ଗୀତ ମଧୁ ମୂର୍ଚ୍ଛନା ।।


Rate this content
Log in

Similar oriya poem from Fantasy