ହେବା ଏକ ମନ ପ୍ରାଣ
ହେବା ଏକ ମନ ପ୍ରାଣ
ତୁମ କଥା ଭାବି ହୁଅଇ ଆରମ୍ଭ
ପ୍ରତିଦିନ ମୋ ସକାଳ
ତୁମରି ସ୍ମୃତିରେ ପାହିଯାଏ ରାତି
ଥାଏ ପାଶେ ଅବା ଦୂର ।
ସ୍ବଚ୍ଛ ଦରପଣେ ଦେଖିଲେ ମୋ ମୁହଁ
କେବଳ ଦୃଶ୍ଯ ହୋଇବ
ଝଲସେ ମୋ ସ୍ବପ୍ନ ତୁମରି ଆଖିରେ
ଅବିକଳ ପ୍ରତିବିମ୍ବ ।
ବିରହ ବିଧୂର ପ୍ରବାସ ଜୀବନେ
କରମ ଜଞ୍ଜାଳ ଚିନ୍ତା
କ୍ଷଣମାତ୍ର ତୁମ ଅନୁରାଗ ଭାବେ
ଭରେ ପ୍ରାଣେ ସତେଜତା ।
ସମୟର ଚକ୍ର ଘୂରେ ଅବିରତ
ରାତି ପରେ ହୁଏ ଦିନ
ଗୋଟିଏ ମୁଦ୍ରାର ଆମେ ଦୁଇ ପାର୍ଶ୍ବ
ହେବା ଏକମନ ପ୍ରାଣ ।
ସମ୍ପର୍କ ମଧୁର ଜନ୍ମ ଜନ୍ମାନ୍ତର
ବୁଝେ ସିନା ଅନୁଭବୀ
ବିଚ୍ଛେଦର ଅନ୍ତେ ମିଳନ ସୁଖର
ବାସ୍ତବତା ହୁଏ ବୁଝି ।

