ଛୋଟ ଖୁସି
ଛୋଟ ଖୁସି
ଛୋଟ ଛୋଟ ଖୁସି
ବୃହତ ଖୁସିର କାରଣ ସାଜେ
ହେଲେ ଅଭାଗା କପାଳରେ
ସେତିକି ବି ସହଜ ନୁହେଁ ।
ସମୟ ଆଗରେ
ହାର୍ ମାନିବାକୁ ବାଧ୍ୟ
କାରଣ ଇଚ୍ଛା ବି ଶେଷ ସୀମାନ୍ତରେ
ଅନିଚ୍ଛା ର ଧ୍ଵଜା ଉଡେଇ ପାରେ ।
ଜିଦିଆ ଛୋଟ ଖୁସି
ଛାତିରେ ଚୋଟ ମାରେ
ହସ ବଦଳରେ ଲୁହ ଝରେ,
ଜୀବନର ଆଗାମୀ ପୃଷ୍ଠା
ଓଲଟେଇବାକୁ ହାତ ଥରେ ।।
