STORYMIRROR

Panchanan Jena

Fantasy

4  

Panchanan Jena

Fantasy

କେମିତି ହୁଅନ୍ତା ?

କେମିତି ହୁଅନ୍ତା ?

1 min
8


ରବିବାର କୁହ କି ଅନ୍ୟ ବାର

ଛୁଟିଦିନ ହେଉ କି ସବୁଦିନ

ସକାଳୁ ଉଠି ଖବର କାଗଜ ପଢ଼ୁ ପଢୁ

ବରାଦ୍‌ ଦେବା

ତାଗିଦ୍‌ କରିବା ବଦଳରେ

ଫୁଲତୋଳା ସେବା

ଘର ବାହାରେ ନ ହେଲା ନାହିଁ

ଘର ଭିତରେ ପୋଛା ଝାଡୁମରା

ପରିବାକଟା ବାସନମଜା କାମ ଖୁଚୁରା

ସେବା ଦେବା ନେବା ହେଲେ

କେମିତି ହୁଅନ୍ତା ?


ଖାଇବା ବେଳେ ହେଉ କି ଅନ୍ୟକାଳେ

ଭୋଜନ ଅନ୍ତେ ହେଉ କି ଅପରାନ୍ତେ

ଲଙ୍କା-ରାଗ ଅଧିକ

ଅଲଣା- ଲୁଣ ତତେଃଧିକ କହିବା ବଦଳରେ

ପ୍ରସଂସାର କେଇପଦ

ଖୁସି ଖୁସି ଭୋଜନ ସୁସ୍ଵାଦ 

ମିଛି ମିଛିକା କହିଦେଲେ

ଦେବା ନେବା ହେଲେ

କେମିତି ହୁଅନ୍ତା ?


ଶୋଇବା ପୂର୍ବରୁ ରାତ୍ରିରେ

ଶୁଭରାତ୍ରୀ କହିବା ପୂର୍ବରୁ ଶେଜରେ

ଆଲିଙ୍ଗନ ସେବା

ଚୁମ୍ବନ ଦେବା ନେବା ବଦଳରେ

ଚରଣ ସେବା

ଗରମ ତେଲ ମାଲିସ୍‌

ନେବା ଦେବା ହେଲେ 

କେମିତି ହୁଅନ୍ତା ?


ଊଣା ଅଧିକ ମହିଳା ଘରଣୀମାନେ

ଏମିତି ଭାବନାରେ ଡୁବନ୍ତି ବନ୍ଧାପଡନ୍ତି

କ୍ଷଣେ ପ୍ରତିକ୍ଷଣେ

ପତି ମୋ ସ୍ୱାମୀ ଦେବ ପରମେଶ୍ଵର

ସବୁକୁ ବୁଝନ୍ତି ସବୁରି ଶୁଣନ୍ତି

ମୋ ବେଳକୁ କିଆଁ

ରାଗରେ ଗରଗର

କଥା କଥା କେ ଝରିପଡ଼େ

କଟୁକ୍ତି କର୍କଶ କୁତ୍ସିତ ଜହର

ଦେବା ନେବା ହେଲେ

ଯେସାକୁ ତେସା ନ୍ୟାୟରେ

ପ୍ରତ୍ୟୁତ୍ତର ସେହି ଢଙ୍ଗରେ ଦେଲେ

କେମିତି ହୁଅନ୍ତା ?


କହିବେ ଆଜ୍ଞା ଆପଣମାନେ

ସୁଝାବ ଦେବେ ଗୁଣିଜ୍ଞାନିଜନେ

ମୁଁ ତ ବିଚରା କୁମର

ସଂସାର କରିନାହିଁ ଛାର ପାମର

ଭାବୁଛି 

ନିର୍ଣ୍ଣୟ କରିବି ଶୁଣିଲେ ଜାଣିଲେ ପ୍ରତ୍ୟୁତ୍ତର ।


Rate this content
Log in

Similar oriya poem from Fantasy