STORYMIRROR

Sunita Mohanty

Fantasy Others

4  

Sunita Mohanty

Fantasy Others

ଅପେକ୍ଷା

ଅପେକ୍ଷା

1 min
2


ଆଖି ସାଥେ ଲାଖି ଥାଏ ତୁମ ଛବି

ତୁମ ହସରେ ଥାଏ ମୋ ହସ

ସାଥେ ଥିଲେ ଭାରି ଭଲ ଲାଗେ

ଜନ୍ମ ଜନ୍ମାନ୍ତରେ ଜାରି ରହୁ

      ଏ ପ୍ରୟାସ ।


ଭାରି ଭଲ ଲାଗେ ତୁମ ପାଇଁ ଭାବନା

ଦୂରରେ ଥାଇ ମୁଁ ନିତି ଭାବୁଛି

ମିଳନ ବିଚ୍ଛେଦର ଜୁଆର ଭଟ୍ଟାରେ

ନିତି ଆସ ନିତି ଯାଅ ମୋ ମନ

       ତୁଠରେ ।


ଦୂରେ ଥାଇବି ଆମେ ପାଖରେ ଅଛନ୍ତି

ଅନୁଭବେ ଆମେ ହେଵା ଏକାଠି

ଏଇତ ଜୀବନ ଆମ ହସ ଲୁହର

ଛାଇ ପରି ଲାଗେ ଜୀବନ ମୋର

      ଏଠି ।


ସମ୍ପର୍କ ର ପରିଚୟ ପାଇଲି ତୁମଠୁ

ପ୍ରୀତିର ମଳୟ ମହକ ବାସ୍ନାରେ

ଆଖି ଲୁହେ ଭିଜୁଛି ତୁମରି ଅପେକ୍ଷାରେ

ନିରାଶାର ବହ୍ନି ନେଇ ମୋ

          ସାଥିରେ ।


ଏ ଯନ୍ତ୍ରଣା ମୋର ସୀମା ହୀନ

 ତତଲା ଲୁହରେ ଜଳୁଛି ହୃଦୟ

ତୁମେ ଥରେ ଆସି ଦେଖିଯାଅ

ରହିଛି ଚାହିଁ ମୁଁ ତୁମରି 

          ଅପେକ୍ଷାରେ ।


    


Rate this content
Log in

Similar oriya poem from Fantasy