Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Mohanty

Others

4  

Sunita Mohanty

Others

ହେ ନେତାଜୀ ଦେଖିଯାଅ ଥରେ

ହେ ନେତାଜୀ ଦେଖିଯାଅ ଥରେ

1 min
5



ଫେରି ଆସ ଥରେ ଫେରି ଆସ

ଦେଖି ଯାଅ ଥରେ ହେ କ୍ରାନ୍ତି ବୀର

କାନ୍ଦୁଛି ଆଜି ମାଆ ତୁମର 

ଲୁହ ସାଥେ ବୁହେ ରକତ ଧାର I


ରକ୍ତ ବଦଳେ ତୁମେ ସ୍ୱାଧୀନତା ଦେଲ

ସ୍ୱରାଜ ସପନ ତୁମେ ଦେଖିଲ

ଆଜାଦ ହିନ୍ଦ ଗଢି ଶତ୍ରୁ ବିନାସିଲ

କୋଟି ଜନତାଙ୍କ ହୃଦୟ କିଣିଲ I


ବୀର ପ୍ରଶବିନୀ ପ୍ରଭାବତୀ ଙ୍କ ସୁପୁତ୍ର

ପିତା ଜାନକୀ ଙ୍କ ବିପ୍ଲବୀ ବୀର

କଟକ ନଗରୀ ରେ ଜନ୍ମ ଓଡିଶାର ଗୌରବ

ସ୍ବଦେଶ ଗଠନେ ଥିଲା ତୁମ ଜାଗ୍ରତ ସ୍ୱର I


ସୁବାଷ ବୋଷ ରୁ ନେତାଜୀ ନାମେ ଖ୍ୟାତ

ରଚିଲ ତୁମେ କଳିଙ୍ଗ ଇତିହାସ

ଫେରିଆସ ତୁମେ ଦେଖିଯାଅ ଥରେ

ଲୁହ ପିଉଛି ତୁମ ମାଆର ହସ I


କେତେ ଅବଦାନ କେତେ ସଂଘର୍ଷ

କେତେ ଆହ୍ୱାନ କେତେ ବଳିଦାନ

ଫେରି ଆସ ବୀର ଦେଖିଯାଅ ଥରେ

ଅନ୍ୟାୟ ଦୁର୍ନୀତିରେ ଆଜି ମା' ଗୁମୁରେ I


ତୁମ ଦେଶ ପ୍ରେମ ପ୍ରତିଭା,ଏ ଦେଶ ଗାଉଛି

ଗାଉଛି ଏ ଦେଶ ତୁମ ଗୌରବ.....

ଫେରି ଆସି ତୁମେ ଦେଖିଯାଅ ଥରେ

ତ୍ରିରଙ୍ଗା ଉଡୁଛି ପରାଧୀନତାର I


ସୁରକ୍ଷା ନାହିଁ ପରୀକ୍ଷା ରେ ଜୀବନ

ସ୍ୱରାଜ ସପନେ ଭରି ଦିଅ ସବୁରି ମନ

ଆଶିଷରେ ଭରିଦିଅ ସବୁରି ଧର୍ଯ୍ୟ

ଆଜି ଏ ପୁଣ୍ୟ ତିଥିରେ କୋଟି ନମନ I।





Rate this content
Log in