Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Mohanty

Others

4  

Sunita Mohanty

Others

ସବୁଠୁ ଭଲ ମୋ ରାଣୀ କଣ୍ଢେଇ

ସବୁଠୁ ଭଲ ମୋ ରାଣୀ କଣ୍ଢେଇ

1 min
8



ଯେବେଠୁ ପାଇଛି ତୋତେ ଲୋ କଣ୍ଢେଇ

     ସମସ୍ତେ ଲାଗନ୍ତି ପର

କେତେ ଭଲ ପାଏ ତୋତେ ମୁଁ ସତରେ

     ତୁ ଏକା ମୋର ନିଜର I


ଜାପାନୀ କଣ୍ଢେଇ ପରିକା ଦିସୁତୁ

   ଛୋଟ ଛୋଟ ଦୁଇ ଆଖି

କୁନି କୁନି ହାତ କୁନି ପାଦେ ତୋର

  ପାଉଜି ରେ ମନ ଯାଏ ଲାଖି I


ଯନ୍ତ୍ର ବାଦ୍ୟ ସାଥେ ଆଧୁନିକ ଗୀତ

   ମନ କିଣି ନିଏ ମୋର

ଯେତେ ଥର ଶୁଣେ ସେତେ ମନ ହୁଏ

    ବିହି ଗଢ଼ିଛି କି ଯନ୍ତ୍ର ଶରୀର  I


ତୋ ଓଠ ର ହସ ତୋ ମଥାର କେଶ

    କି ଯାଦୁ କରିଛି ମୋତେ

ତୋ ମୁହଁ ଦେଖିଲେ ପେଟ ପୁରି ଯାଏ

  ସରଗ ପାରିଜାତ ପାଇଛି ହାତେ I


କେତେ ଅଲିଅଳି ଗେଲ ବସରରେ

   ବଢ଼ାଇ ଆଣିଛି ତୋତେ

ସତରେ କଣ୍ଢେଇ ଚାଲିଯିବୁ ଦିନେ

   ପର କରିଦେଇ ମୋତେ I


ଶିରି ହିନ କରି ମୋ ଘର ଅଗଣା

    ଚାଲି ଯିବୁ ଶାଶୁ ଘର

କଣ୍ଢେଇ ରାଜା ଯେ ଆସି ନେଇଯିବ

  ରୋଷଣୀ ସାଙ୍ଗରେ ସାଜିକି ବର l


ଏକା କରିମତେ ଚାଲି ଯିବୁ ସତେ

    ଝୁରିବି ମୁଁ ତତେ ଖାଲି

ଝିଅ ଜନମ ତ ପର ଘରକୁ ଲୋ

    ମନ ପଡୁଥିବୁ ଖାଲି I



Rate this content
Log in