ଅଭିନନ୍ଦନ
ଅଭିନନ୍ଦନ
ରାମ ମୟ ଦିସେ ଆଜି ଅଯୋଧ୍ୟା ନଗରୀ
ଯାଗ ଯଜ୍ଞ, ସାଜ ସଜ୍ଜା ତ୍ରିଭୁବନ ପୁରୀ
ନୃତ୍ୟ ଗୀତ ସସୁସ୍ୱରେ କମ୍ପୁଛି ଗଗନ
ଅଭିନନ୍ଦନ ଜଣାଏ ଦେଶ
ବିରାଜ ହୁଅ ପ୍ରଭୁ ତଵ ସିଂହାସନେ I
ଆଜି ଏ ଶୁଭ ଦିନ ମଙ୍ଗଳ ଲଗନ
ପ୍ରତୀକ୍ଷାରେ ପୁରିଛି ରହିଛି ସବୁରି ମନ
ଭକ୍ତି ଫୁଲ, ପୁଲକିତ ପ୍ରାଣ ଶ୍ରଦ୍ଧାଶ୍ରୁ ରେ
ଧୋଇବେ ସର୍ବେ ତଵ ଶ୍ରୀଚରଣ I
ତୁମେ ପ୍ରଭୁ ମର୍ଯ୍ୟାଦା ପୁରୁଷ
ପିତୃସତ୍ୟେ ଗଲ ଚଉଦବର୍ଷ ବନବାସ
ଭାତୃ ପତ୍ନୀ ସାଥେ ତୁମ ଧର୍ମ ଉପାସନା
ଶାନ୍ତି ମୈତ୍ରୀର ଧ୍ୱଜ ତୁମେ କର
ନ୍ୟାୟ ଧର୍ମର ସଂସ୍ଥାପନା I
ପାପ ପୂଣ୍ୟ,ଜୟ କ୍ଷୟ,ଧର୍ଯ୍ୟ ଶୌର୍ଯ୍ୟ ତୁମେ
ଯୁଗ ଯୁଗାନ୍ତର,ଓଁ କାର, ନିରାକାର
ର
ପ୍ରତିଧ୍ୱନି ପ୍ରଭୁ ତୁମେ I
କରୁଣାର ବାରି ତୁମେ ପ୍ରେମଶ୍ରଦ୍ଧାର
ତଟିନୀ, ଆସ ଆସ ରାମ ଆଜି
କର ଗ୍ରହଣ ଅଯୋଧ୍ୟା ମେଦିନୀ I
ପାଞ୍ଚଶତ ବର୍ଷ ପରେ ଆଜି ହସୁଛି ଅଯୋଧ୍ୟାନଗରୀ
ପୁଣି ଲାଗେ ଆଜି ହୋଲି
ଦୀପାବଳୀ ସୁନ୍ଦର ସୁଗନ୍ଧ ସଜଦାର ଚହଲି I
କାମନା ବାସନାର ମୋହ ନ ରହୁ ଜଗତେ
ପୁଣି ଥରେ ଫେରି ଆସୁ ରାମ ରାଜ୍ୟ
ଶାନ୍ତି, ମୈତ୍ରୀ ର ଜ୍ୟୋତି ସାଥେ
ସ୍ମୃତି ସତ୍ୟ ଆଜି ଏ ମରତେ I
ଆରତୀ ନୈବେଦ୍ୟ ଢାଳେ ଏ ଜଗତ
ଘେନା କର ହେ ମହା ପୁରୁଷ
ଭକ୍ତି ପ୍ରୀତି, ସତ୍ୟ ନିଷ୍ଠା, ସଦାଚାର
ଅଯୋଧ୍ୟା ଜଗତେ ଢାଳି ଦିଅ ତଵ ଆଶିଷ I