Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Mohanty

Others

3  

Sunita Mohanty

Others

ଶୀତ ଆସିଛି ଧରାରେ

ଶୀତ ଆସିଛି ଧରାରେ

1 min
8



ପ୍ରକୃତି ରାଣୀ ସ୍ୱାଗତ କରିଛି

ଆସିଛି ଧାରରେ ଶୀତ

ମଥାରେ ତାହାର ଧବଳ ଓଢଣୀ

ଧରିତ୍ରୀ ବସିଛି ମିତ I


ପୌଷ ମାଘ ମାସେ ଶୀତର ପ୍ରକୋପ

କାକର କୁହୁଡି ଘନ

ପ୍ରଭାକରଙ୍କର ଅଳ୍ପ ମୃଦୁ ହସ

ଥାଏ ଉତ୍ତରାୟଣରେ ମନ


ପୂର ପଲ୍ଲୀ ଶୋଭା ସଞ୍ଜ ସକାଳରେ

ନିଆଁ ଜାଳିବାର ଦୃଶ୍ୟ

ମକର ସଂକ୍ରାନ୍ତି,ସମ୍ବଦଶମୀ,ସରସ୍ବତୀପୂଜା

 ମନେ ଯାଗେ ଉତ୍ସାହ ଶୀତର ମହୋତ୍ସ I


କେତେ ଭଲ ଲାଗେ ଆସେ ଯେବେ ଶୀତ

ଗୀତ ଭାସିଆସେ କ୍ଷେତରୁ

ନନା ଫୁଲ ଫଳେ ମୋ' ମାଆର ଶୋଭା

ଦୁଃଖ ଦୂର କରେ ଚାଷୀ ଭାଇ ମନରୁ I


ବିବାହ ବ୍ରତ, ପୂଜା ପାର୍ବଣରେ

ଗାଁ ରୁ ସହର ହସେ

କଷ୍ଟ ଦିଏ ଶୀତ ହେଲେ ଗ୍ରୀଷ୍ମ କ୍ଳେଶ

ତୁଳନାରେ ଶୀତ ମନକୁ ରସେ I


ଚାଷୀ ମୂଲିଆର ମିତ ଅଟେ ଶୀତ 

ଖରା ବରଷାରୁ ହଟଇ ଡର

ତା ଲକ୍ଷ୍ମୀ ତା ଘର ଭରି ଦିଏ ଧନ

ଶୀତ ଆଣେ ଭକ୍ତି ଶ୍ରଦ୍ଧା ର ସ୍ୱର I



Rate this content
Log in