Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Mohanty

Others

3  

Sunita Mohanty

Others

ପରିସ୍ଥିତି

ପରିସ୍ଥିତି

1 min
15



ପରିସ୍ଥିତି ସମୟ ର ଚକ୍ରଟିଏ

ସମୟ ସାଥିରେ ଘୁରୁଥାଏ

ଜୀବନର ଚଲାପଥରେ ନିତି

ସାଥିଟିଏ ହୋଇ ରହିଥାଏ I


ଭୁଲି ହୁଏ ନାହିଁ କେବେ ହେଲେ ତାକୁ

କେତେ କ୍ଷତି କେତେ ଲାଭ ଦିଏ

ଚିନ୍ହା ଅଚିନ୍ହାର କେତେ ପ୍ରିୟା ପ୍ରୀତି

ସମୟ କୁ ନେଇ ବଦଳୁ ଥାଏ I


ମୁକାବିଲା କରେ ସେ ପୁଣି

ସୁଖ ଦୁଃଖ ଭଲ ମନ୍ଦ କୁ ନେଇ

ସତ୍ୟ ଅସତ୍ୟର ପାହାଚ ଉପରେ

ସୁଝାଇ ଥାଏ ଦଣ୍ଡ ବିଧାନ ପାଇଁ I


କେତେ ବେଳେ ଆଣେ ଖୁସି ତ ସିଏ

କେତେ ବେଳେ ଆଣେ ଦୁଃଖ

ସମ୍ପଦେ ବିପଦେ ସାଥେ ରହିଥାଏ 

ବିପକ୍ଷ ରେ ପୁଣି ରହେ ବିମୁଖ I


ଦୁର୍ବଳ ସବଳ କେହି ନୁହେଁ ତାର

ସମୟ ସାଥିରେ ବଦଳୁ ଥାଏ

ଲୋଭ ମୋହ ମାୟା ଧର୍ଯ୍ୟ ଦେଇ ପୁଣି

ଅଧର୍ଯ୍ୟ ପଥରେ ପଥିକ ସିଏ I


ସବୁ ସମୟ କୁ ନେଇ ଚାଲିବାକୁ

ସମାଜ କୁ ଶିଖାଏ ମାନବିକତା

ସୁଖ ଦୁଃଖ କେହି ଚିର ସ୍ଥାୟୀ ନୁହେଁ

ପରିସ୍ଥିତି ଆଣେ ଶ୍ରେଷ୍ଠ ନୈତିକତା ।


Rate this content
Log in