ଭାବିବାନି କେବେ ନିଜକୁ ବଡ଼
ଭାବିବାନି କେବେ ନିଜକୁ ବଡ଼
ଆମ ମାଆ ଠାରୁ କିଏ ବଡ଼ ଆଉ
କାହିଁକି ଭାବିବା ଆମେ ନିଜକୁ ବଡ଼
ବିଶାଳ ସମୁଦ୍ର କେତେ ନଦନଦୀ
ଆକାଶ ଧରିତ୍ରୀ ପୁଣି ବଣପାହାଡ଼ I
ଚାରିଦିନ ଏଠି ଜୀବନ ନାଟକ
ଅଭିନୟ ଖୋଲା ରଙ୍ଗମଞ୍ଚରେ
ଖାଲି ହାତେ ଆସି ଖାଲି ଫେରି ଯିବା
କିଛି ଯିବ ନାହିଁ ଆମ ସାଥିରେ I
ଗର୍ବ ହଂକାର କାମନା ବାସନା
ଆଣିନି କେବେ ଜୀବନେ ନୁହେଁ ପସନ୍ଦ
ସମ୍ମାନ, ଶରଧା, ସ୍ନେହଁ ଓ ମମତା
ବାଛିଚି ଜୀବନେ ଦେଇ ଅଧିକାର I
ପାଇଛି ମୁଁ ଭଲ ଜୀବନେ ସଭିଙ୍କୁ
ପିନ୍ଧାଇ ସଭିଙ୍କୁ ସ୍ନେହଁ ମମତା ହା୍ର
ଦୁର୍ଜନ, ସୁଜନ ସଭିଏଁ ସମାନ
କରିନି ଜୀବନେ ପକ୍ଷପାତ ବିଚାର I
ପିତା, ମାତା,ଗୁରୁ, ଈଶ୍ୱର ହିଁ ବଡ଼
ବଡ଼ ମୋ ଧରିତ୍ରୀ ମାତା
ତାଙ୍କରି କରୁଣା,ଦୟା, କ୍ଷମା ପାଇଁ
ଜୀବନ ମୋ ଆଜି ଜଗତେ ଜିତା I
ଜଗତେ ସଭିଏଁ ପାଉଛନ୍ତି ଭଲ
ମିଷ୍ଟଭାସି ଉପହାର ଦେଇ
ଆଉ କିଛି ଲୋଡ଼ା ନାହିଁ ଏ ଜୀବନେ
ବଡ଼ ହେବି କହି ତୁଚ୍ଛ ପିମ୍ପୁଡି ମୁହିଁ I