STORYMIRROR

Baidyanath Panda

Inspirational

3  

Baidyanath Panda

Inspirational

ଆସରେ ଆମେ ଶପଥ ନେବା

ଆସରେ ଆମେ ଶପଥ ନେବା

1 min
144

ଆସରେ ଆସରେ ଶପଥ ନେବା

ସମସ୍ତେ ଜନତା ର୍କଫୁ ପାଳିବା

କେହି କାହା ସାଥେ ମିଶିବା ନାହିଁ

ଘରେ ରହିଥିବା ସତର୍କ ହୋଇ

କରୋନା ଆସିଛି ଅଜଣା ରୋଗ

ଆମ ପାଇଁ ସିଏ ସାଜିଛି ବାଘ

ସତର୍କ ରହିବା ଆମେ ମିଶିକି

ଯିବା ନାହିଁ ଯମା କାହା କତିକି

ଯଦି ଆମେ କେବେ ପଦାକୁ ଯିବା

ମୁହଁରେ ଆମେ ମାସ୍କ ବାନ୍ଧିବା

ଦୂରତା ରଖିବା ଦୁଇ ମିଟର

ହାତକୁ ଧୋଇବା ଥରକୁ ଥର

ପରିଷ୍କାର ପରିଚ୍ଛନ୍ନ ରଖିବା

ସ୍ୱାସ୍ଥ୍ୟ ଉପଦେଶ ମାନୁଣ ଥିବା

ବିଦେଶୁ ଆସିଲେ ବିଦେଶୀ ଭାଇ

ପଞ୍ଜିକରଣ ତାଙ୍କୁ କରିବା ନେଇ

ଯଦି ରୋଗ ଥିବ ତାଙ୍କ ପାଖରେ

ରକ୍ତର ନମୁନା ପରୀକ୍ଷା ପରେ

ନିକଟରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ

ତୁରନ୍ତ ପଠାଇ ଦେବା ତାହାଙ୍କୁ

ଘର ଘର ବୁଲି ଆସ କହିବା

କରୋନା ଲକ୍ଷଣ ବୁଝାଇ ଦେବା

ସମସ୍ତେ ଲଢ଼ିବା ସତର୍କ ହୋଇ

ଦେଖି କରୋନା ଯିବ ପଳାଇ

ସୁସ୍ଥ ହୋଇଯିବ ଆମରି ଦେଶ

ସଭିଙ୍କ ମୁହଁରେ ଫୁଟିବ ହସ

ବିପଦ ସମୟେ ଧର୍ଯ୍ୟ ରଖିବା

ଆସ ମିଶି ଆମେ ସବୁ ଲଢ଼ିବା

କରୋନା ବିରୁଦ୍ଧରେ ଆହ୍ୱାନ ଦେବା

ଆମରି ଦେଶରୁ ତାକୁ ତଡିବା.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational