STORYMIRROR

Baidyanath Panda

Others

3  

Baidyanath Panda

Others

ମୁଁ, ମଧ୍ୟବିତ୍ତ

ମୁଁ, ମଧ୍ୟବିତ୍ତ

1 min
19


ସମାଜର ଏଇ ବିଶାଳ ନଈରେ 

   ପାରି ହେବା ବଳ ନାହିଁ ମୋ ଦେହରେ 

ପାରି କରିବାକୁ ଜୀବନ ଡଙ୍ଗାକୁ 

     ଆଉ ପାଉ ନାହିଁ ଏଠି ମୋର କାତ 

ମୁଁ, ମଧ୍ୟବିତ୍ତ ମୁଁ ମଧ୍ୟବିତ୍ତ.......... ll

ଏ କୁଳ ବାସିନ୍ଦା ଭଲରେ ଅଛନ୍ତି 

     ସେ କୁଳ ବାସିନ୍ଦା ସୁଖ କରୁଛନ୍ତି 

ମଝି ଦରିଆରେ ପହଁରି ପହଁରି 

      ଯାହା ଏଠି ମୁଁ ହେଉଛି ନୟାନ୍ତ 

ମୁଁ ମଧ୍ୟବିତ୍ତ ମୁଁ,ମଧ୍ୟବିତ୍ତ........ ll 

ସେ କୁଳ ବାସିନ୍ଦା ବଡ଼ ଲୋକି ପଣେ 

   ହସୁ ଥାଏ ସିଏ ମତେ ଦେଖି 

ଏ କୁଳ ବାସିନ୍ଦା ଗରିବ ଟେ ସିଏ 

    ଦୁଃଖ ଦେଖି ମୋର ବୁଯେ ଆଖି 

ମଝି ଦରିଆରେ ଭାସୁଛି ମୁଁ ଯାହା 

    ମୋ ପାଇଁ ନାହିଁ କାହା ସାହାଯ୍ୟ ହାତ 

ମୁଁ ମଧ୍ୟ ବିତ୍ତ ମୁଁ ମଧ୍ୟ ବିତ୍ତ......... ll 

ସ୍ୱାଭିମାନୀ ମୁହିଁ ଅଭିମାନୀ ନୁହେଁ 

     ମୁଁ ଦୁଃଖ ସୁଖରେ ମୁଁହିଁ ବଞ୍ଚିଥାଏ 

ବଞ୍ଚିବା ପାଇଁ ମୁଁ ନିତି କରେ ରଣ

   କେବେ ପତାଏନି କାହା ପାଖେ ହାତ 

ମୁଁ ମଧ୍ୟବିତ୍ତ ମୁଁ ମଧ୍ୟବିତ୍ତ............ll 

ତୋଷାମଦି ପଣ ନାହିଁ ବୋଲି ମୋର 

   କାହାର ଏଠି ମୁଁ ହୁଏନି ନିଜର 

ସରକାରଙ୍କର ଯେତେକ ଯୋଜନା 

    ମୋହରି ପାଇଁକି ସାତ ସ୍ୱପ୍ନ ସିନା 

ସେ ସବୁରୁ ମୁଁ ଆଜି ଅଛି ବଞ୍ଚିତ 

  ମୁଁ ମଧ୍ୟବିତ୍ତ ମୁଁ ମଧ୍ୟବିତ୍ତ....... ll 

ମନର ବେଦନା କେ ବୁଝିବ ମୋର 

  ବାହାର କୁ ଦିଶେ ମୁଁ ସଫା ସୁତର 

ମାନ ସନମାନ ବଞ୍ଚାଇବା ପାଇଁ 

    ନିଜ ଆଖି ଲୁହ ପୋଛେ ନିଜ ହାତ 

ମୁଁ ମଧ୍ୟବିତ୍ତ ମୁଁ ମଧ୍ୟବିତ୍ତ......... ll 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍