STORYMIRROR

Baidyanath Panda

Others

3  

Baidyanath Panda

Others

ଖୋଲିଦିଅ ପ୍ରଭୁ ତୃତୀୟ ନୟନ

ଖୋଲିଦିଅ ପ୍ରଭୁ ତୃତୀୟ ନୟନ

1 min
637



ଖୋଲିଦିଅ ପ୍ରଭୁ  ତୃତୀୟ ନୟନ 

  ସଂସାରରୁ ହଟିଯାଉ ଏ କଷଣ 

ସରବେ ଲଭନ୍ତୁ ନିରାମୟ ଜୀବନ 

କୈଳାଶ ପର୍ବତ ଛାଡି ଉମାକାନ୍ତ 

  ଆସି ବିଜେ ହୁଅ ଏ ମହୀରେ 

ଏମିତି ଏ ରୋଗ କେମିତି ଆସିଲା 

  ବ୍ୟାପିଗଲା ପୁଣ୍ୟ ଭାରତରେ 

ବିଜ୍ଞାନରେ ନାହିଁ ନିଦାନ ହେ ପ୍ରଭୁ 

    ବଢ଼ି ବଢି ଯାଏତ କଷଣ 

ରକ୍ଷାକର ଆହେ ଅଗତିରଗତି 

  ରୋଗ ଶୋକ କର ନିବାରଣ 

ବୈଦ୍ୟଙ୍କରନାଥ ବାବାବୈଦ୍ୟନାଥ 

   ପ୍ରଭୁ ଅନାଥ ଜନଙ୍କ ନାଥ 

ତୁମେ ନରଖିଲେ ଆଉ କେ ରଖିବ 

   ଏ ସଂସାର ହୋଇବ ନିପାତ 

ରକ୍ଷାକର ଆହେ ମହା ଯୋଗୀରାଜ 

  ତୁମ କୃପା ନେତ୍ର ଦେଇ ଥରେ 

ତୁମେ ନଚାହିଁଲେ ଆଉକେ ସମର୍ଥ 

 ଏଇ ମହାବ୍ୟାଧି ରୋକିବାରେ 

ସ୍ବଇଚ୍ଛାରେ ତୁମେ ବିଷପାନ କଲ 

    ଏଇ ସୃଷ୍ଟିକୁ ରଖିବା ପାଇଁ 

ଆଜି ସେଇ ସୃଷ୍ଟି ବିନାଶ ହେଉଛି 

    ରଖ ରଖ ପ୍ରଭୁ ଉମାସାଇଁ 

ଧୃଜଟି ନାମକୁ କରହେ ସାର୍ଥକ 

   ପ୍ରଭୁ ନାମ ରହୁ ଧରା ପୃଷ୍ଠେ 

ହଟିଯାଉ ଏଇ ମହାବ୍ୟାଧି ସବୁ 

  ତୁମ ଭକ୍ତ ରୁହନ୍ତୁ ସନ୍ତୁଷ୍ଟେ

ହଟିଯାଉ ପ୍ରଭୁ ବିଷାଦର ଛାୟା 

  ପୁଣି ଘୋଟି ଆସୁ ସୁଖଶାନ୍ତି 

ବାଜିଉଠୁ ପୁଣି ପୁଣ୍ୟ ପ୍ରଭାତରେ 

  ତୁମ ମନ୍ଦିରେ ଘଣ୍ଟ ଆଳତୀ 

ଦୁରିତ ନାଶନ  ସଙ୍କଟ ହାରଣ 

  ତୁମ ପାଦ ତଳେ ଏଇ ଅଳି 

ତ୍ରିଶୂଳ ମୁନରେ ଛେଦ ଏ ସଙ୍କଟ 

  ଦୁଷ୍ଟ କରୋନା ଯାଉ ହେ ଚଳି 

ବୁଝବୋଲି ତୁମେ ଲୋକଙ୍କର ଦୁଃଖ 

   ପ୍ରଭୁ ନାମ ତୁମ ଲୋକନାଥ 

ଲୋକଙ୍କ ବିପତ୍ତି ଫେଡ଼ ପଶୁପତି 

  ତୁମେ ଥାଉଁକି ହେବେ ଅନାଥ. 



Rate this content
Log in