ତୁମେ ପୁଣ୍ୟମୟୀ
ତୁମେ ପୁଣ୍ୟମୟୀ
ମୁଁ ତ ଜାଣେ ,ତୁମେ ଶବ୍ଦର ଜାଦୁଗର
ତୁମେ ଶ୍ରେଷ୍ଠ ଏ ଧରାର,
ହସରେ ଝରଇ ମଧୁ ତୁମର
ଅସୁମାରୀ ସ୍ଵପ୍ନ ତୁମ ନେତ୍ରର।
ବିନ୍ଧାଣି ତୁମେ ଚମତ୍କାର
ଅପୂର୍ବ ସୃଷ୍ଟିଧର
ଜୀବନ ଏ ଜୀବର
ହସ ଭରିଦିଅ ଲୁହ ଚୋରିକରି
ବିପଦ ଆପଦେ ଆଗେ ଠିଆହୋଇ
ହରିନିଅ ସବୁ ଯାତନା।
ଜଗତର ଦୁଃଖ କାନିରେ ବାନ୍ଧି
ହୋଇଛ ତ ମହାନ।
ତୁମେ ନାରୀ,
ମାଆ ପୁଣି ଜାୟା, କନ୍ୟା ଓ ଭଗିନୀ।
କୋଟି ପ୍ରଣାମ ତୁମକୁ ନାରୀ ତୁମେ ପୂଣ୍ୟମୟୀ।
