STORYMIRROR

Minakshi Samal

Inspirational

3  

Minakshi Samal

Inspirational

ମା' ପରି କେହି ନାହିଁ

ମା' ପରି କେହି ନାହିଁ

1 min
145


ସ୍ନେହର ସାଗର ମମତା ଝର

ଝରୁଥାଏ ହୃଦୟରୁ ମାଆର

ଆଖିରୁ ବୋହିଲେ ଲୋତକ ଟୋପାଏ

ମାଆ ଆଖି ଢାଳେ ସିନ୍ଧୁର ନୀର।


ପଢି ଜାଣେ ମାଆ ମୋ ମନ କଥା

ବୁଝିପାରେ ସିଏ ହୃଦୟ ବ୍ୟଥା

ଦୁଃଖର କ୍ଷତରେ ମଲମ ଲଗାଇ

ଉପଚାର କରିଥାଏ ମା' ଯଥା।


ପଣତ ମାଆର ଅଭୟ ଦିଏ

ବିପଦରୁ ଘଣ୍ଟ ଘୋଡାଇ ଥାଏ

ମା' କୋଳ ଦିଏ ସରଗର ସୁଖ

ଯେବେ ମଥା ସେଠି ମୁଁ ରଖିଥାଏ।


ମୋ ପେଟର ଭୋକ ମାଆ ବୁଝଇ

ମନ ପସନ୍ଦର ଖାଦ୍ୟ ବାଢଇ

ସରାଗରେ ମତେ ବଳାଇ ବଳାଇ

ମୋର ମାଆ ମତେ ଦିଏ ଖୁଆଇ।


ଯଦି ଶରୀର ମୋ ଅସୁସ୍ଥ ହୁଏ

ଦିନ ରାତି ପାଶେ ମା' ଜଗି ରହେ

ଠାକୁରଙ୍କ ପାଶେ ମୋ ଶୁଭ ମନାସି

କେତେ ମାନସିକ ସେ କରିଥାଏ।


ମାଆ ପରି ନାହିଁ କେ ଜଗତରେ

ମଥାନତ କରେ ତାର ପୟରେ

ପଣ ମୁଁ ନେଉଛି ଯଶ ଅରଜିକି

ତା ପଣତ ଭରିଦେବି ଖୁସିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational