ମୋ ଦେଶ ଠାରୁ ଅଧିକ ନିଜର
ମୋ ଦେଶ ଠାରୁ ଅଧିକ ନିଜର
ମୋର ଦେଶ ଠାରୁ
ଅଧିକ ନିଜର
ନାହିଁ କେହି ମହୀତଳେ
ଅନ୍ତରୁ ଯାହାର
ମମତା ର ଝର
ଅବିରତ ଆହାଃ ଝରେ ।
ସେହି ଦେଶ ମାଆ
ସରଗ ଠୁ ବଡ଼
ସନ୍ତାନ ର ପ୍ରିୟସ୍ଥଳ
କୋଳେ ଥିଲେ ତାର
ଆଉ ସବୁ ଛାର
କିଏ ସେ ତାହାର ତୁଲ?
ମାଆ ଡ଼ାକ ତାର
ଆହାଃ କି ସୁନ୍ଦର
ସତେ ଅବା ସୁଧା ଝରେ
ସେହି ଡ଼ାକ ଯା'ର
ଓଠରେ ଲାଗିଛି
ସେହି ବୀର ଏ ସଂସାରେ ।
ମୋ ଦେଶ ର ନାଆଁ
ମନେ ପଡେ ଯେବେ
ପରାଣେ ଆନନ୍ଦ ଖେଳେ
ଥରେ ତା ପରଶ
ପାଇବାକୁ ପ୍ରାଣ
ହୁଅଇ ଅତି ବ୍ୟାକୁଳ ।
ସେହି ମାଆ ମୋର
ଭାରି ଆପଣାର
ମୋ ସୁଖ ରେ ସିଏ ସୁଖୀ
ନିଜେ କଷ୍ଟ ସହି
ସନ୍ତାନ ଅଧରେ
ସବୁ ହସ ଦିଏ ମାଖି ।
ତା କୋଳରେ ଜନ୍ମି
ନିଜକୁ ମଣଇ
ଅତି ଭାଗ୍ୟବାନ ମୁହିଁ
ତାକୁ ଭୁଲି ଯାଇ
ଅପରାଧୀ ପରି
ଘୁରିବା ଟା ସାର ତହିଁ ।
ସେହି ଦେଶ ସେବା
କରିବାକୁ ପଣ
କରିବି ମୁଁ ଅବିରତ
କଟିଗଲେ ବେକ
ଘୁଞ୍ଚିବିନି କେବେ
ମାଆ ର ଚରଣାମୃତ ।