ମା
ମା
ମା
ତୋ ଉଷୁମ କୋଳର ପରଶ
ଆଜି ମୁଁ ଖୋଜେ
ତୋ ଉଷ୍ମତାରେ ମୋର
ସବୁ ଦୁଃଖ ହୁଏ ନିର୍ବାପିତ l
ତୋ ଓଠର ମଧୁର ସଙ୍ଗୀତ
ମୋ ଅସହାୟ ତା କୁ କରେ ଦୂରୀଭୂତ
ମୋ କାନ୍ଧରେ ସତ ସିଂହର
ପରାକ୍ରମ ହୁଏ ଅନୁଭୂତ l
ମା
ତୋର ଆଦର୍ଶ ଉପଦେଶ
ଜୀବନର ପ୍ରତି ଅଙ୍ଗେ ଅଙ୍ଗେ
କରେ ବିନିଯୋଗ
ଯାହା ମୋର ଏକାନ୍ତ ସାହାସ
ଆଣିଦିଏ ସଫଳତା
ଦୂର କରି ବିଫଳତା
ପ୍ରତି ମୁହୂର୍ତ୍ତରେ ପାଏ ତୋର ସ୍ପର୍ଶ l
ମା
ତୋର କୋମଳ ହାତର ଆଉଁସା
ଆଜି ବି ମୋ ପିଠ ଖୋଜେ
ଖୋଜେ ତୋର ଦରଦ କଥା..
ତୁ ଅନନ୍ୟା... ମହନୀୟା
ମୋ ପ୍ରେରଣା ସବୁଦିନ l
