STORYMIRROR

Manorama Mohanty

Inspirational

3  

Manorama Mohanty

Inspirational

କରୋନା ଭୟ

କରୋନା ଭୟ

1 min
170


ଦିନୁଦିନ ବଢ଼ି 

କରୋନା ଆସୁଛି 

     ପ୍ରଚଣ୍ଡ ଜିହ୍ୱା ହଲାଇ 

ଆତଙ୍କଖେଳାଇ 

ସବୁରି ଭିତରେ 

    ମହାମାରୀ ରୂପ ନେଇ |


ଛୋଟ ଭୁତାଣୁ ଏ 

ଯା ନିରାକରଣ 

     ଚିକିତ୍ସା ବିଜ୍ଞାନୀ ହାରେ 

ପୋକ ମାଛି ପରି 

ମଣିଷ ମରୁଛି 

     ଭାବିଦେଲେ ଦେହ ଥରେ 


ପ୍ରଳୟ ଭାବରେ 

ମାଡି ଆସିଲାଣି 

    କୋକୁଆର ଭୟ ପରି 

ସତେ କି ଏ ବିଶ୍ୱ 

ବିନାଶ ହୋଇବ 

     ବଞ୍ଚି ଥାଉ ଯିବା ମରି |


ଅଖାଦ୍ୟ ଏହାର 

ମୂଳତଃ କାରଣ 

     ସବୁରେ ଅପସଂକୃତି 

ନିଜର କବର 

ନିଜେ ଖୋଳି ଖୋଳି 

     ଜୀବନ ଦେଉଛେ ନାଶି


କରୋନା ଆସିଛି 

ଦଳ ବଳ ନେଇ 

      ଭାଇରସ ଖଡ୍ଗ ଧରି 

ଟେର ପାଉନାହିଁ 

ଗବେଷକ ମାନେ 

    କାରଣ ପାରେନା ଜାଣି |


ଖାଲି ସଚେତନ 

ହୋଇବା ହିଁ ସାର 

   ଅନ୍ୟ ଉପାୟ ତା ନାହିଁ 

ସତର୍କ ମୂଳରେ 

କରୋନା ଯମକୁ 

    ସହଜେ ଦେବା ଦୂରେଇ |


ହାତ ସଫା ରଖି 

ମୁହଁକୁ ଘୋଡାଇ 

      ବାହାରକୁ ଆମେ ଯିବା 

କାଶ ଛିଙ୍କ ବେଳେ 

ମୁହଁ ଢାଙ୍କି ଦେଇ 

    କିଛି ଦୂରରେ ରହିବା |


ସାନିଟାଇଜର 

ମାରି ହାତ ଧୋଇ 

    ସୁଷମ ଖାଦ୍ୟ ଖାଇବା 

ରୋଗ ଲକ୍ଷଣକୁ 

ଗୁରୁତର ନେଇ 

     ଡାକ୍ତରଙ୍କୁ ଦେଖାଇବା |



Rate this content
Log in

Similar oriya poem from Inspirational