STORYMIRROR

Santanu Bisoi

Inspirational

3  

Santanu Bisoi

Inspirational

ସମଦୁରତା

ସମଦୁରତା

1 min
229

ସର୍ବେ ଦେଉଥିଲେ ଉପଦେଶ ଏଠି

ପାଳୁ ତ ନଥିଲେ କିଏ,

କରୋନା'ର ମୁଁ ପ୍ରତିକାର ଲାଗି

ବାରମ୍ବାର ହାତ ଧୁଏ।।


ହସ୍ତ ସଞ୍ଚାଳନ ନ'କରେ ମୁହଁରେ

ନ'ଛୁଏଁ ମୁଁ ନାକ ଆଖି,

ଆବଶ୍ୟକ ସ୍ଥଳେ ହସ୍ତକୁ ପଖାଳି

ଉପଯୋଗ କରେ ଦେଖି।।


ରୁମାଲ ନହେଲେ ହାତ ଦେଇ ମୁହେଁ

କାଶେ କିମ୍ବା ଛିଙ୍କି ଥାଏ,

ଯଥା ସମ୍ଭବ ମୁଁ ବାହାରେ ନ ବୁଲି

ଘର ଭିତରରେ ରହେ।।


ନିରାପଦ ଦୂର ରକ୍ଷା କରୁଥାଏ

ନିକଟ ଜନ ମାନଷୁ

ସୁରକ୍ଷିତ ରହି ସୁରକ୍ଷିତ କରେ

ସମସ୍ତ ମହୋଦୟେଷୁ।।


ସରକାରଙ୍କର ଆଇନକୁ ମାନେ

ମାନେ ମୁଁ ସ୍ୱାସ୍ଥ୍ୟ ବାରତା,

ଆସ ଭାଇ ଆସ ସର୍ବେ ମିଳିମିଶି

କରୋନା ପାଖରୁ,

ରଖିବା ସମ ଦୂରତା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational