Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Mohanty

Others

3  

Sunita Mohanty

Others

ଭାବନା

ଭାବନା

1 min
6



ଭାବେ ମୁଁ ତୁମକୁ ଦିବାନିଶି କେତେ

ମୋ ମନ ରାଇଜେ ସତେ

କେତେବେଳେ ଥାଅ କେତେବେଳେ ଯାଅ

ଅହନିଶି ମୋ ହୃଦୟ ପଥେ I


ତୁମକୁ ସ୍ୱାଗତ କରୁଛି ଏ ମନ

ସୁଖେ ଦୁଃଖେ ଅବିରତେ

ଆନନ୍ଦ ଖୁସିରେ ଦୁଃଖ ଓ ଲୁହରେ

ଅନୁଭବେ ନିରନ୍ତର ଚିତେ I


ଭାବରୁ ଭାବନା ଭାବନରୁ ଭାବ

କବି ହୃଦୟରେ ସେ କବିତା

କଲମ ମୁନରେ ମାନସୀ ତରୁଣୀ

ନବ ବଧୂ ସାଜେ ଅପରାଜିତା I


ପ୍ରେମ ରାଇଜରେ ଅମୃତ ର ଧାରା

ମିଳାଏ ଆତ୍ମାର ଅମୃତ ସ୍ୱର

ଭାବନାରେ ରହି ଆତ୍ମ ବିହ୍ଵଳ ରେ

ଆତ୍ମହରା ହୁଏ ପ୍ରେମ ସମ୍ଭାର I


ଚିନ୍ତା ଓ ଚେତନା ମଧୁର ପରସ

ପ୍ରୀତିର ପୁଲକ ଆଣେ ହୃଦୟେ

ଭାବନାର ବୈଭବ ଚେତନାର ସୌଧ

ଗଢି ତୋଳେ ପ୍ରେମ ପାରାବାରେ I


କଳି ହୁଏନାହିଁ ଭାବନା ଭଣ୍ଡାର

ମିଳିଥାଏ ସଫଳ ବିଫଳ ଦୁଇ

ଭାବନା ସ୍ରୋତରେ ଭାସିବା ଆଗରୁ

ଭାବିନେବା ଉଚିତ ଧର୍ଯ୍ୟ ରେ ଥାଇ I

      


Rate this content
Log in