କିଛି ସ୍ମୃତି କିଛି ଅନୁଭୂତି
କିଛି ସ୍ମୃତି କିଛି ଅନୁଭୂତି
ସୁଖ ଦୁଃଖର ସାଥି ତୁମେ ସ୍ମୃତି ଅନୁଭୂତି
ପାଖେ ପାଖେ ଥାଅ ଛାଇ ଆଲୁଅ ପରି
ଦୁହେଁ ଦୁହିଁଙ୍କର କର୍ତ୍ତବ୍ୟ ନିଭାଉଛ
ଲାଗେ ସୂର୍ଯ୍ୟ ଚନ୍ଦ୍ର ପରି I
ନିଜକୁ ଭାବିଲେ ସୁଖରେ ତୁମକୁ (ସ୍ମୃତି )
ଅନୁଭୂତି ଥିଲା କେତେ ମଧୁର
ବର୍ଷ ପରେ ବର୍ଷ ଜୀବନେ ଅତୀତ
ସ୍ମୃତି କହେ ଏ ତା କୃତଜ୍ଞତା ର I
ବିଦାୟ କାଳରେ ଦୁଇ ହଜାର ତେଇଶି
ଭରିଛି ଜୀବନେ ଅନେକ ସୁଖ ଓ ଦୁଃଖ
ଅନୁଭୂତି ସବୁ ତାର ସ୍ମୃତି ହେଇ ଗଲା
ଭାବନାରେ ମିଳେ ଅଛି ସେ ପାଖ I
ସରଳ ନଦୀ ପରି ବହି ଚାଲିଛ ଦୁହେଁ
ସମୟର ସାଥେ ସାଥେ ପାଦ ମିଳାଇ
ନିଦାଘରେ ପ୍ରଚଣ୍ଡ ପ୍ରଖରେ ତୁମେ
ଶୋଷିଲା ଚାତକ ପ୍ରାଣ ଦେଇଛ ଭିଜାଇ I
କେତେ ଅନୁଭୂତି ନେଇ ସ୍ମୃତି ଆସିଛ ପୁଣି
ଶ୍ରାବଣ ର ଜଳ ଧାରରେ...
ବ୍ୟାକୁଳ କୃଷକ ହୃଦୟେ ଭରିଛ ପୁଣି
ଶୁଷ୍କ ଭୂଇଁ ର ସବୁଜିମାରେ I
ଫଗୁଣର ରଙ୍ଗ ସାଥେ ଖେଳିଛ ତୁମେ
ଆମ୍ବ ବଉଳର ମହକ ମେଲାଇ
ଅନୁଭୂତି ଜାଗେ କୋଇଲିର ଅତୀତର
କୁହୁ କୁହୁ ସ୍ମୃତି ତାର ହଜିଥିବା ବସନ୍ତର I
ଶୀତର କାକର ବିନ୍ଦୁରେ ଆଣିଛ କେତେ
ଦହଜ ଶୀତର ପ୍ରକୋପ ଅନୁଭୂତି
ସ୍ମୃତି ହୋଇ ରହିଛି ସେ ଅତୀତର
ପୁଣି ନେଇ କିଛି ନୂଆ ଅନୁଭୂତି I
ଗ୍ରୀଷ୍ମ ବର୍ଷା ଶୀତ ବସନ୍ତରେ
ଥାଅ ତୁମେ ସାଥି ହୋଇ.....
ଦୁଃଖ-ସୁଖ ହସ-ଲୁହ ସବୁ ଅନୁଭୂତିରେ
ଦେଇ ଥାଅ ତୁମେ ଅଭୁଲା ସ୍ମୃତି I।