STORYMIRROR

Sunita Mohanty

Others

4  

Sunita Mohanty

Others

ନାହିଁ କି ମୋ ପ୍ରଶ୍ନର ଉତ୍ତର...?

ନାହିଁ କି ମୋ ପ୍ରଶ୍ନର ଉତ୍ତର...?

1 min
13


ଏ ବିଶାଳ ପୃଥିବୀ ରେ

ତୁମେ ମୋର ପିତା ମାତା

ଯାହା ଦେଇଛ ତୁମେ ତା'ର ସ୍ରଷ୍ଠା

 ଦୁଃଖ ସୁଖ ସବୁ ତୁମ ଅବଦାନ

ଭାରି ଡର ଲାଗେ ଚାଲି ବାକୁ

ଏକା ,ଏକା... ହଁ ଏକା.. ଏକା

କାହିଁକି ଏମିତି ହୁଏ... ପ୍ରଭୁ..

ମୋ ପ୍ରଶ୍ନ ର ଉତ୍ତର ଦିଅ  !


ମଣିଷ ଏଠି ମଣିଷ ର ଶତ୍ରୁ

ସ୍ୱାଧୀନତା ନାହିଁ ନାରୀ ଟିଏ

ହୃଦୟ ଖୋଲି ହସିବାକୁ.....

ଏକା ଏକା ରାସ୍ତାରେ ଚାଲିବାକୁ...

ନିଜ ମନ ଖୋଲି କାହା ସାଥେ

କଥା ହେବାକୁ.....

କାହିଁକି ଏ ଦୁନିଆରେ ଏମିତି

ନିୟମ ଅଛି...?

କହି ଦିଅ ଥରେ ମୋତେ  ପ୍ରଭୁ !


ପ୍ରଶ୍ନ ତ ଅନେକ ଅଛି ମୋ ଜୀବନରେ,

ଉତ୍ତର ପାଉନି, ବଞ୍ଚି ବାକୁ ରହାନାହିଁ

କହିବାକୁ ସାହସ ନାହିଁ... ଜୀବନଟା

ଲାଗେ ମରୁବାଲି ପରି......

ତୁମରି ସାନିଧ୍ୟ ଟିକକ ପାଇଁ ନିଶ୍ୱାସରେ

ଆଜିଯାଏ ବିଶ୍ୱାସ ରଖିଛି.....

କହିଦିଅ ମୋତେ କାହିଁକି ଏମିତି ହେଉଛି

ମୋ ମନରେ..... ଉତ୍ତର ମାଗୁଛି ପ୍ରଭୁ..!


ନାହିଁ କି ମୋ ପ୍ରଶ୍ନ ର ଉତ୍ତର ?

ତୁମେତ ସବୁ ଗଣିତର ସୂତ୍ର ଧାର

ସବୁ ସମସ୍ୟାର ସମୀକ୍ଷା କର

ମୋତେ ମୋ ପ୍ରଶ୍ନ ର ଉତ୍ତର

ଦେଇ ଦିଅ ମାଗେ ମୁଁ ଭିକ୍ଷା

ତୁମ ପୟରେ ମାଗୁଣି ମୋର I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍