STORYMIRROR

Manorama Mohanty

Inspirational

3  

Manorama Mohanty

Inspirational

କରୋନା କୁ ଡରନା

କରୋନା କୁ ଡରନା

1 min
184


ସଚେତନତା ହିଁ ଅଟେ ମହୋଷଧି

କରୋନା ଭୁତାଣୁ ପାଇଁ,

ମାରାତ୍ମକ ଏଇ ରୋଗ ଅଟେ ପରା

ଜୀବନକୁ ଯାଏ ନେଇ।

ଯମଦୁତ ସାଜି ଆସିଛି କରୋନା

ଭୟଙ୍କର ଭୁତାଣୁରେ,

ହାତରୁ ପାଟିକି ନାକ ଆଖି ଦେଇ

ରହେ ଯାଇ ଶରୀରରେ।

ପ୍ରଥମରେ ଥଣ୍ଡା କାଶ ଛିଙ୍କ ହୁଏ

ଜ୍ବର ମଧ୍ୟ ହୋଇ ଥାଏ,

ଫୁସଫୁସ ସଂକ୍ରମଣ କରିଦେଇ

ମଣିଷ ଜୀବନ ନିଏ।

ମାଟିରେ ,ଲିପ୍ଟି ,କମ୍ପୁଟର ବଟମେ

ରୋଗୀ ହାତ ଯେବେ ଲାଗେ,

ସୁସ୍ଥ ଲୋକ ଯଦି ଛୁଇଁଦିଏ ୟାକୁ

କରୋନା ରୋଗ ସେ ଭୋଗେ।

ଟୀକା କି ଔଷଧ ନାହିଁ ଏ ରୋଗର

ତେଣୁ ସତର୍କ ରହିବା,

ହାତ ସଫା ରଖି ମୁହଁକୁ ଘୋଡାଇ

ବାହାରକୁ ଆମେ ଯିବା।

କାଶ ଛିଙ୍କ ବେଳେ ମୁହଁ ଢାଙ୍କି ଦେଇ

ନିର୍ଦ୍ଦିଷ୍ଟ ଦୁରେ ରହିବା,

ସାନିଟାଇଜର ମାରିବା ହାତରେ

ଗରମ ଖାଦ୍ୟ ଖାଇବା।

ରୋଗର ଲକ୍ଷଣ ପ୍ରତି ଦୃଷ୍ଟି ଦେଇ

କରୋନା ଦୂରେଇ ଦେବା,

ଗୁଜବର ପ୍ରତି ସତର୍କ ରହିକି

ସଦା କାର୍ଯ୍ୟ କରୁଥିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational