STORYMIRROR

subrat kumar jena

Inspirational Others

3  

subrat kumar jena

Inspirational Others

ମୌନତାର ଅନ୍ତରାଳେ

ମୌନତାର ଅନ୍ତରାଳେ

1 min
277

ଅନେକ ଘଟଣା ଘଟୁଥିଲା ଆଉ ଘଟୁଥିବ,

କେଉଁଠି ନିଆଁ ଥାଇ ଧୂଆଁ ବାହାରେ ,

କେଉଁଠି ପୁଣି ନିଆଁ ବାହାରୁଛି ହେଲେ ଧୂଆଁ ନାହିଁ,

ଘଟଣାର ଆଦ୍ୟକୁ ଗଲେ କାରଣ ଅନେକ କିଛି,

ହେଲେ ପରିବ୍ୟାପ୍ତ......

ଲୋକ ମୁଖରେ ନହେଲେ ଲୋକଙ୍କ ଦ୍ୱାରା।

ମୌନତାର ଅନ୍ତରାଳେ କଣ ସବୁ ଏମିତି ଘଟେ,

ତାହେଲେ ବିରୋଧ କାହିଁ ନାହିଁ,

ସମସ୍ତେ କଣ ମୁଣ୍ଡ ନଇଁ ସହିଯିବା ସିଖିଗଲେଣି,

ନା ସମସ୍ତେ ପରିସ୍ଥିତିର ଦାସ....

ନାଁ ଏ ମୌନତା ଖାଲି ମଣିଷ ପାଇଁ,

ଯଦି ନୁହଁ,ଫୁଲ ମାନେ କାହିଁ ପ୍ରତିବାଦ କରନ୍ତି ନାହିଁ,

ପାଗଳ ପ୍ରଜାପାତିକୁ ତାର ମନ ମାନି କରିବାରେ,

କାହିଁ ଗଛ ପତ୍ର ରାଗି ଯାଆନ୍ତି ନି,

ବର୍ଷାର ଠୋପା ଠୋପା ପାଣି ମାଡରେ,

ପଳାଶ ଫୁଲ ରାଗିଯାଏନି ଫଗୁଣ ଉପରେ,

ତାର ଦେହରେ ଭରିଦିଏ ରକ୍ତର ରଙ୍ଗକୁ।


ନାଁ ଏମିତି କେବେ ହୁଏନି.....

ଏଇତ ସାର୍ଥକତା,ଅକାରତ୍ମକ ମଧ୍ୟେ ସାକରାତ୍ମକ ର ପରିଚୟ,

ଏଇତ ଅପୂର୍ଣ୍ଣ ମଧ୍ୟରେ ପୂର୍ଣ୍ଣତାର ପରିପ୍ରକାଶ,

ନିଜ ନିଜ ଜନ୍ମର ଲକ୍ଷ୍ୟ ପ୍ରାପ୍ତିର ନିଦର୍ଶନ,

ଏହାକୁ କଣ କେହି ଏଡାଇ ଦେଇ ପାରିବ,

କେବେ ନୁହଁ ,ଏକଣ ଆମ ମାନଙ୍କ ହାତରେ ପରିଚଳିତ?

ସର୍ବଶେଷରେ ସବୁ କିଛି ମୌନତା ଶେଷ ହୁଏ,

ସେଇ ମଧୁର ବଂଶୀଧାରୀଙ୍କ ପାଖରେ,

ଜିଏ ଥରେ ନିଜକୁ ହଜାଇଦିଏ ନୀଳ ପ୍ରେମରେ,

କି ଦିନ କି ରାତି ,ଚବିଶ ପ୍ରହର,

ସେଠି ମୌନତା ଅବା ଶୂନ୍ୟତାର ମାନେ କିଛି ନଥାଏ,

ଏଠି ଲାଳଶା ବଢେ ମୋକ୍ଷ ପ୍ରାପ୍ତିର,

ନୀଳ ପ୍ରେମରେ ନିଜକୁ ମୋକ୍ଷ ପ୍ରାପ୍ତିର ପଥ ଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational