STORYMIRROR

NIBEDITA MOHAPATRA

Inspirational

3  

NIBEDITA MOHAPATRA

Inspirational

ଆଜିର ସମାଜରେ ନାରୀ

ଆଜିର ସମାଜରେ ନାରୀ

1 min
249

ସୃଷ୍ଟିକର୍ତ୍ତା ଦେଇଛନ୍ତି ଯାହାକୁ

ସର୍ବଶ୍ରେଷ୍ଠ ସ୍ଥାନ

ଏ ମୁଢ ମାନବ ସଦା କରଇ

ତାକୁ ହୀନିମାନ॥ 


ସଫଳତାର ଶୀର୍ଷେ ପହଞ୍ଚି ବି

ଆଜି ସେ ଅବଳା

ସର୍ବ କାର୍ଯ୍ୟ ସାଧିତ କରିଲେ ବି

ସାଜିଛି ଦୁର୍ବଳା॥


ନାହିଁ କେ ଅରୀ ତା'ର ଏ ଜଗତେ

ତଥାପି ସେ ଦୋଷୀ

ବଳିଦାନ ଦେଇ ନିତି ମରତେ

ପାଉଛି ସେ ଫାଶି॥


ନଅ ମାସ ଗର୍ଭ ଯନ୍ତ୍ରଣା ସହି 

କରେ ନୂଆ ସୃଷ୍ଟି

ତଥାପି ଦୁନିଆଁ ଜନତା ତାକୁ

ଦିଏ ହୀନ ଦୃଷ୍ଟି॥


ଭଉଣୀ ସାଜି ହାତେ ବାନ୍ଧି ରାଖି

ମାଗଇ ସୁରକ୍ଷା

ପ୍ରତିଶ୍ରୁତି ଦେଇ ଭୁଲଇ ଭାଇ

କରେ ନାହିଁ ରକ୍ଷା॥


ପର କରି ନିଜ ଘର ସଂସାର

ଧରେ ଆନ ହାତ

ନ ବୁଝି ମୂଲ ଯୌତୁକ ଜୁଇରେ

କରେ ତାକୁ ହତ॥


ସଭିଙ୍କର ଲୋଡା ସିନା ସୁନ୍ଦରୀ

ଗୁଣବତୀ ବୋହୂ

ହେଲେ କେବେ ଚାହାନ୍ତି ନାହିଁ କେହି

କନ୍ୟା ଗର୍ଭେ ରହୁ॥


ବାନ୍ଧବୀ ସାଜି କରେ ଉପକାର

ବିପଦ ଆପଦେ

ନ ଶୁଣି ପାରଇ ସେ କାହା ମୁଖୁ

କେବେ ଆହା ପଦେ॥


ଲଜ୍ଜାକୁ କରି ଦେହର ଗହଣା

ଚଳେ ଘରକୋଣେ

ବିନା ପ୍ରତିବାଦେ କେତେ ଗଞ୍ଜଣା

ସହେ ପ୍ରତିକ୍ଷଣେ॥


ନାରୀ ରୂପେ ଅଟଇ ଦେବୀ ସିଏ

ମର୍ତ୍ତ୍ଯ ମଣ୍ତଳରେ

ନିତି ନିତି ମରୁଛି ଯିଏ ନର

ଦାନବ ପଞ୍ଝାରେ॥


ବିଶ୍ବ ବ୍ରହ୍ମାଣ୍ଡରେ ମିଳିବ ନାହିଁ 

ତା'ର ଅନୁରୂପ

କାମନା ଅଗ୍ନି କୁତ୍ସିତ କରେ ତା'

ସ୍ନେହମୟୀ ରୂପ॥


ଶରୀର ଅଟଇ କୋମଳ ସିନା

ଦୃଢ ମନୋବଳ

ସର୍ବଂସହା ଧରା ପରି ସଭିଙ୍କୁ 

କରିଛି ସେ କୋଳ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational