ଉଡିବା ପାଇଁ ପୃଷ୍ଠଭୂମୀ
ଉଡିବା ପାଇଁ ପୃଷ୍ଠଭୂମୀ
ଉଡିବା ପାଇଁ କ'ଣ ସବୁ ଦରକାର ଯେ
ଖୋଲା ଦିଗବଳୟ ଆଳୟ କି
ମୁକୁଳା ଆକାଶ ବଳୟ କି
ଇଚ୍ଛା ଅସୁମାରୀ ମଳୟ କି
ବିହଙ୍ଗମ ପରି ଚଳ ଚଞ୍ଚଳ ପକ୍ଷ ଦ୍ଵୟ କି
ମୋ ମତରେ ବୋଧହୁଏ ଏ ସବୁ ନୁହଁ
ମନଲାଖି ସାଙ୍ଗଟିଏ ନିଶ୍ଚୟ
ପ୍ରେମରେ ଗୁନ୍ଥା ସ୍ନେହ ଶ୍ରଦ୍ଧାମୟ
ଦୁଃଖସୁଖିଆ ନିଜର ମଣିଷ ପ୍ରୀୟ
ଆଶାର କିରଣ ବୁଣି
ସ୍ୱପ୍ନର ଇଲାକା ଛାଣି
ସ୍ମୃତିର ଚୁନା ଚୁନା କାହାଣୀ
ଭରସା ଦେଉଥିବ ଯିଏ ନୟନ ହାଣି
ଆଶା ଦେଉଥିବ ଅସରନ୍ତି ଭଣ୍ଡାର ଘରଣୀ
କଥାରେ କହନ୍ତି ପରା
ଯେ ଉଡ଼େ ଯେତେଦୂର
ସେ ରଖେ ସେତେ ଖବର
ଉପରୁ ତଳ ନଜର
ଉର୍ଦ୍ଧ୍ଵରୁ ଅଧ ବାଜ ନଜର
ଆଉ ମଝିରେ ମଝିରେ ସମୟ ସୁବିଧା ଦେଖି
ବାଣ୍ଟି ଚାଲୁଥିବ
ଖୁଣ୍ଟି ଚାଲୁଥିବ
ଝୁଣ୍ଟି ପଡିଲେ ସଳଖି ପାରୁଥିବ
ଯଷ୍ଟି ପ୍ରସାରୀ ସମଷ୍ଟି ପାଇଁ ବିଂଚି ପାରୁଥିବ
ଶୀତଳ ସୁରଭିର ମହକିତ ସ୍ଵର୍ଣ୍ଣିମ ଅବସର ।।
