STORYMIRROR

Sunanda Mohanty

Abstract Tragedy Fantasy

4  

Sunanda Mohanty

Abstract Tragedy Fantasy

ଜୀବନ

ଜୀବନ

1 min
13


ଲୁହର ନଦୀ ଯୋଉଠି ସମୁଦ୍ର

କୋହର ପାହାଡ଼ ସେଠି ରୁଦ୍ର

ଭୋକର ଦାଉ ସୁଖର ଭାଉ

କୋଇଲି କୁହୁ ଜୀବନେ ମହୁ

ଝୁଣ୍ଟି ଝୁଣ୍ଟି ତିତିକ୍ଷାରୁ ଶିକ୍ଷା

ଖୁଣ୍ଟି ନାଣ୍ଟି ପ୍ରେମର ପରୀକ୍ଷା

ଆଛା ଦିନର ପ୍ରତୀକ୍ଷା ପରେ

ଜୀବନଟା କଜ୍ଜଳ ମଖା

ଦୁଇକୂଳ ଲଙ୍ଘା ଆନ୍ତହୀନ ପ୍ରତୀକ୍ଷା

ଭଲଲାଗେ ସ୍ବପ୍ନ ଦେଖା

ଋତୁ ନଈ ଆକାଶକୁ ଭିକ୍ଷା

ଦେଖି ସୌନ୍ଦର୍ଯ୍ୟମାଳିନୀ ଚିଲିକା

ଭାବାନ୍ତର ଭୋକରୁ ଭୁଖା

ରୁଦ୍ରରୁ ରୌଦ୍ରଙ୍କ ଜଳକା

ସତରେ ଜୀବନ ଭାରି ଅଙ୍କା ବଙ୍କା

ଥରେ ପରିଚୟ ଷଷ୍ଠୀଘର ଉମ୍ହେଇ

ଦାହରୁ ଦ୍ରୋହ ଯାଏଁ ଜଡ଼ାଇ

ଆଶାପକ୍ଷୀ ଉଡେଇ

ସ୍ବପ୍ନସବୁକୁ ଚିପୁଡ଼ି ଦେଇ

ଶୂନ୍ୟତରେ ଖୋଜିବାକୁ ହୁଏ

କୋ ଅହଂ ସ୍ଥିତି ପ୍ରବୃତ୍ତି କୋଉଠି ଥାଏ

ପାଳଭୂତ ସାଜି ପାଦଚିହ୍ନ ଖୋଜି

ସ୍ମୃତି ଖୋଜି ଆଗକୁ ହେଜି

ଶେଷକୁ ଡର ଭୟ ଅବଶୋଷ ପରି

ଟଙ୍କ ତୋରାଣୀ ପିଉ ପିଉ ଜୀବନ ଯାଏ ସରି ‌।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract