ଗାଁ ରୁ ସହର....
ଗାଁ ରୁ ସହର....
କିଏ ଜାଣିଥିଲା
ଗାଁ ରୁ ସହରର ଦୂରତା ଏତେ ବାଟ ଵୋଲି
ମୁଁ ଭାବିଥିଲି କେବଳ ମୋଟର ଗାଡ଼ିରେ
ବସିଲେ ସହର ଯାଇ ହୁଏ ଵୋଲି ।।
ସହର ଵୁଲି ଯିଵି ବୋଲି
ହାଟରୁ ହଳେ ବାଟା ଚପଲ କିଣିଥିଲି
ତା ସାଙ୍ଗକୁ ଗୋଲାପି ରଙ୍ଗର ଫ୍ରକ୍
ମୁଣ୍ଡରେ ନାଲି ,କଳା ରିବନ ଫିତା
ହାତରେ ଭରିକି କାଚ ଚୁଡ଼ି କିଣିଥିଲି ।।
ମୁହଁରେ ସ୍ନୋ, ପାଉଡର ଵୋଳି
ଆଖିରେ ଲଗେଇବା ପାଇଁ କଜଳପାତି
ତୁଳା ଲଗେଇ କାନରେ ଜାକିବି ବୋଲି
ମଲ୍ଲି ଫୁଲ ର ଅତର କିଣିଥିଲି ।।
ମୋର ଏ ବେଶଭୂଷା
ସହରରୁ ଆସିଥିଵା ଲୋକଙ୍କୁ
ବହୁତ ହସେଇଲା ,
କିଏ କହିଲା ଗବ, କିଏ ଗାଉଁଲି ପୁଣି
କିଏ କହିଲା ନିହାତି ମୁରୁଖ ଵୋଲି ।।
ସହର ଯିବା
ପାଇଁ ବହୁତ କିଛି
ପରିବର୍ତ୍ତନ ର ଆବଶ୍ୟକତା ଅଛି
ଯାହା ସେ ସମୟ ଆସିନାହିଁ
ତାହା ମୁଁ ଠଉରେଇ ଵୁଝିଗଲି .....।।
ମୁଁ ନିରୁତ୍ତର ,ବଲ ବଲ କରି
ତାଙ୍କ ମୁହଁ ଦେଖୁଥିଲି
ସେଇ ରଙ୍ଗ, ସେଇ ଭାଷା,
ସେଇ ମଣିଷମାନଙ୍କ ଆତ୍ମୀୟତା
କାହାରି ପାଖରେ ନଥିଲା କେବଳ
ମୋ ମନ ପରଖିବାର ଦକ୍ଷତା
ମୁଁ ସହର ଯିବାର ଆଶା
ସେଇଠୁ ଛାଡି ଦେଲି ।।
ଗାଁ କଥା ସେ ମୁରୁମ ରାସ୍ତାରେ ରହିଗଲା
ହଳଦି ମଖା ସେ ନାଳରେ ଧୋଇଗଲା
ମାଠିଆରେ ପାଣି ବୁହା ସେ ଜମି ହିଡରେ
ସହରର ଦୃଶ୍ୟ ମୋ ମନରେ ଗଲା ମଉଳି
ସବୁ ସ୍ଵପ୍ନ ଖଣ୍ଡିଆ ଭୁତ ସାଙ୍ଗରେ ଉଡିଗଲା
ଯେବେ ମୁଁ ସଚେତନ ହେଲି ଜାଣିଲି
ମୁଁ ନିଦରେ ସ୍ବପ୍ନ ଦେଖୁଥିଲି ।।