STORYMIRROR

Anjana Naik,Anju..Deogarh

Classics Fantasy Inspirational

3  

Anjana Naik,Anju..Deogarh

Classics Fantasy Inspirational

ସବୁ ତ ତୁମରି ଦାନ

ସବୁ ତ ତୁମରି ଦାନ

1 min
23

ହେ ଵିଶ୍ଵ ବିହାରୀ ହେ ଜଗତ ନାଥ

ତୁମେ ରାମ ତୁମେ ଶ୍ୟାମ  

କି ନାମ ଧରି ଜପିବି ପ୍ରଭୁ

ତୁମେ ଯେ ସର୍ଵ ନାମ  ।


ତୁମେ ଗୀତା ପୁଣି ଭାଗବତ 

କେବେ ବାଇବେଲ୍ କୋରାନ 

ରାତି ହୋଇ ଅନ୍ଧାର କର

ସୂର୍ଯ୍ୟ ହୋଇ ଦିଅ କିରଣ 

ତୁମେ ମହା ଶୂନ୍ୟ ଶୂନ୍ୟ

ତୁମେ ପରା ମୋ ପରାଣ ।

ହେ ଵିଶ୍ଵ ଵିହାରି


ଲୋଡ଼ା ନାହିଁ ଧନ ଦୌଲତ

ଲୋଡ଼ା ନାହିଁ ବଡ଼ ନାମ

ଦିଅ କିଛି ଭକ୍ତି ଭାବନା

ତୁମେ ଠାରେ ହେବି ଲୀନ

ଏତିକି ପ୍ରଭୁ ଅଳି ପାଦରେ

ମୋ ଜୀବନ ହେଉ ପୂର୍ଣ୍ଣ ।।

ହେ ଵିଶ୍ଵ ଵିହାରି


ହାରିଲି କେତେ ଜିତିଲି କେତେ

ହେଜିବିନି ପ୍ରଭୁ ଆଜି

ତୁମରି ଦାନ ମୋର ଜୀବନ 

ପାରିବିନି ମଣିମା ସୁଝି

ନିଶ୍ବ ହୋଇ ଢାଳି ଦେବି ପାଦେ

ମୋ ଆଖିର ସବୁ ସପନ ।

ହେ ଵିଶ୍ଵ ଵିହାରି


ଵଞ୍ଚି ଥିବି ଯେବେ ଏ ଜଗତେ

ଭଜୁଥିଵି ତୁମ ନାମ

ତୁମ ନାମ ମଧୁର ଲାଗେ

ସତେ ଅମୃତ ସମାନ

ତରିଯିଵି ମୁଁ ଭଵ ସାଗରୁ

ଧନ୍ୟ ହେବ ମୋ ଜୀବନ ।

ହେ ଵିଶ୍ଵ ଵିହାରି


ହାତ ଧରି ବାଟ କଢ଼ାଇ ନିଅ 

ଵଣା ହେଵି ନାହିଁ ବାଟ 

ଭକ୍ତିର ପୀୟୁଷ ଧାରାରେ ପ୍ରଭୁ

ପୁରିଯିଵ ମୋ ଜଗତ 

ଵଞ୍ଚି ଥିବି ଯେବେ ଧରା ଧାମରେ

ଭଜୁଥିଵି ତୁମ ନାମ ।

ହେ ଵିଶ୍ଵ ଵିହାରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics