STORYMIRROR

Subhashree Behera

Classics Inspirational

3  

Subhashree Behera

Classics Inspirational

ଆତ୍ମାର ବିଳାପ

ଆତ୍ମାର ବିଳାପ

1 min
197

ଗର୍ଭର ଅନ୍ଧାର କୋଠରି ରୁ ମୁଁ ଅସୁରକ୍ଷିତ

ଦୁନିଆର ଆଲୋକ ନ ଦେଖିବାଏକ ବଜ୍ର ଅଭିଶପ୍ତ

ତଥାପି କାହାର ଜିଦ୍ ଆଉ ସ୍ନେହର ପରଶ ରେ

ଯଦି ମୁଁ ପାଏ ଜୀବନ ଦାନ

ମୋ ଅସରନ୍ତି ଜୀବନରେ ଖେଲିଯାଏ ଏକ ସୂକ୍ଷ୍ମ ବାତାୟନ ।


ମୋ ଶୈଶବ ରୁ ଯୌବନ ନୁହେଁ ନିରାପଦ

କେଉଁ ଦେହ ପିପାସୁ ର ଲୋଲୁପ ଦୃଷ୍ଟି

ପ୍ରତି ଟି କ୍ଷଣ ରେ କରୁଥାଏ ମୋତେ କ୍ଷତାକ୍ତ ଓ ରକ୍ତାକ୍ତ

ଅବା ଆଉ କେବେ ଯୌତୁକ ଯୁଇରେ

ମୁଁ ମୃତ ନୋହିଲେ ମଧ୍ୟ ଅର୍ଦ୍ଧଦଗ୍ଧ ।


ଜୀବନରେ ସ୍ନେହ ମମତା ବାଣ୍ଟି ବାଣ୍ଟି 

ଜୀବନ ଯୁଦ୍ଧ ରେ ମୁଁ ଆଜି ପରାଜିତ ।

ଅନା ଦାର ମୋର ବାର୍ଦ୍ଧକ୍ୟ କରୁଣ ଚିତ୍କାର

ସାଥୀ ମୋର ଜରାନିବାସି ର ନିର୍ଜୀବ ମୂକ କାନ୍ଥ ।


ସ୍ୱାଧୀନତା ମୋର ଚିର ଉପେକ୍ଷିତ

ମୋ ସୁରକ୍ଷା ଏକ ବିରାଟ ପ୍ରହସନ

ଗୋଟେ ମନ ଗଢା କାହାଣୀ ଅବା ଦେଖାଏ ସ୍ଵପ୍ନ

ସ୍ୱାଧୀନ ସୁରକ୍ଷିତ ମାେ ସ୍ଥାନ ବି ସଂରକ୍ଷିତ

ଏବେ ନିଶ୍ଚିତତା ଭିତରେ ଅନିଶ୍ଚିତ ମାେ ଭବିଷ୍ୟତ

ଅନ୍ତ ହେଉ ସେହି ଅପେକ୍ଷିତ ଉଷା ପାହନ୍ତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics