STORYMIRROR

Pranati prabha Rout

Classics

4  

Pranati prabha Rout

Classics

କିଛି ଅକୁହା

କିଛି ଅକୁହା

1 min
274


ଶେଫାଳି ଲୋ

ତୁ ଆସିବାର ସମ୍ଭାବ୍ୟ ବାସ୍ନାରେ 

ଶାରଦୀୟ ଝଡ଼ ବର୍ଷା ରାତିରେ ବି,  

         ତାରାମାନେ ଆକାଶରେ 

               ଚିକ୍ ଚିକ୍ କରୁଥିଲେ

ଯନ୍ତ୍ରଣାର ଦୁଃଖ ଦରିଆରେ ବି,  

       ଆଶାର କଇଁଫୁଲମାନେ 

            ମନସରୋବରରେ 

             ପାଖୁଡାମେଲାଇ ହସୁଥିଲେ

ଆଖି ବୁଜିଦେଲେ

    ଆଖି ଆଗରେ ଆସୁଥିଲୁ ତୁ, 

            ଆଖିଖୋଲିଦେଲେ 

          ପରଦା ସେପଟେ ଦିଶିଯାଉଥିଲୁ ତୁ

ଦାଣ୍ଡରୁ ଯେମିତି ଶୁଭିଯାଉଥିଲା, 

         ତୁ ଆସିବାର ଋଣଝୁଣ ପାଉଁଜି ଶବ୍ଦ

ଆଉ ଠିକ ସେତିକି ବେଳେ,  

    ମନ ଅଭ୍ୟନ୍ତରରୁ ଝରିଆସୁଥିଲେ 

      ଅଭିମାନସବୁ ଟୋପାଟୋପା ଲୁହ ହୋଇ

ହେଲେ ତୁ ଆସିଥିଲୁ

     ହଁ ତୁ ଆସିଥିଲୁ ଅବଶ୍ୟ,  

  ହେଲେ ଅଧାବାଟରୁ ଫେରିଯାଇଥିଲୁ 

                 ଫେରିଯାଇଥିଲୁ

          ଆଘାତ ନେଇ ମନରେ, ପ୍ରାଣରେ

ହେଲେ, ଟିକିଏ ଧୈର୍ଯ୍ୟ ସମ୍ଭାଳି 

       ଆସିପାରିଲୁ ନାହିଁ ମୋ ଯାଏ

ସବୁ ରାଗ ରୁଷା ଅଜାଡି ଦେଇଥାନ୍ତୁ ମୋ ଉପରେ, 

ତୋ ପାଇଁ ଲଢେଇ କରିବାରେ 

   ମୁଁ କଣ କେବେ କାର୍ପଣ୍ୟ କରିଥାନ୍ତି ? 

        ହେଲେ ତୁ ସେପରି କାହିଁକି କଲୁନି ? 

ତୁ ଯିବା ପୂର୍ବରୁ ଥରୁଟିଏ 

   ଥଣ୍ଡା ମୁଣ୍ଡରେ ଚିନ୍ତା କଲୁନି 

ଏହାର ପରିଣାମ କେତେ ସୁଦୂର ପ୍ରସାରି 

               ଭୟଙ୍କର ହେବ ବୋଲି ? 

ନାଁ ନାଁ

ବୋଧ ହୁଏ ଆମ ସମସ୍ତଙ୍କ ଅଲକ୍ଷ୍ୟରେ 

        ଉପରଵାଲା ଟିପ ଚଳାଉଥିଲା, 

          କାହିଁକିନାଁ ସବୁ ଜିନିଷର ଅତିଟିକୁ

                   ସେ ସାହିପାରେନି ତ

ତେଣୁ ସେଥିପାଇଁ ବୋଧହୁଏ ସେ, 

          ସୁଯୋଗର ଅପେକ୍ଷାରେ ଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics