କୃପା କୈବଲ୍ୟା
କୃପା କୈବଲ୍ୟା
ମା'ଲୋ ମା' ତୁଳସୀ କୃଷ୍ଣଜୀବନୀ
ବୃନ୍ଦା, ବୃନ୍ଦାବନୀ, ବିଶ୍ୱପାବନୀ
ପବିତ୍ରରୁ ତୁ ଲୋ' ପବିତ୍ରତମା
ମହିମାମୟୀ ବିଷ୍ଣୁ ପ୍ରିୟତମା ।
କେତେ ତପଜପ ତୁ ଥିଲୁ କରି
ପ୍ରଭୁ ତୋତେ ଛନ୍ତି ମଥାରେ ଧରି
ଯା' ପୟର ଭଜନ୍ତି ବ୍ରହ୍ମା,ହର
ତାଙ୍କରି ମସ୍ତକେ ବାସ ତୋହର ।
ବିଶ୍ୱକଲ୍ୟାଣାର୍ଥେ ତୋ ଅବିଚାର
କରିଥିଲେ କେବେ ବୋଲି ତୋ'ଠାର
ଲକ୍ଷେ ପୂଜା ଥୁଆ ବିଷ୍ଣୁଙ୍କ ପାଶ
ବିନା ତୁଳସୀରେ ନୁହନ୍ତି ତୋଷ ।
ପ୍ରତି ହିନ୍ଦୁ ତା'ର ଦାଣ୍ଡ ଦୁଆରେ
ତୋତେ ଥାପିଥାଏ ଭକ୍ତି ଶ୍ରଦ୍ଧାରେ
ଶୁଭେ ବାହାରିଲେ ତୋ ମୁହଁ ଚାହିଁ
ଯାବତ୍ୟ ବିପତ୍ତି ହରଣ ହୋଇ ।
ଚେର, ମୂଳ, ପତ୍ର ଗୁଣ ଅଶେଷ
ତିତିଶକୋଟି ଦେବତାଙ୍କ ବାସ
ମୂଳମାଟି ତୋର ଏତେ ପବିତ୍ର
ମଥାରେ ମାରିଲେ ଶୁଭ ସର୍ବତ୍ର ।
ଗଙ୍ଗାଜଳେ ତୁଳସୀ କଲେ ପାନ
ସାର୍ଥକ ହୁଅଇ ନର ଜନମ
ଅନ୍ତ କାଳେ ନର ତୁଣ୍ଡେ ତୁଳସୀ
ପାଇଥିଲେ ହୁଏ ବୈକୁଣ୍ଠବାସୀ ।
କାର୍ତ୍ତିକେ ତୋ କୀର୍ତ୍ତି ସର୍ବ ବିଦିତ
ପ୍ରାତଃ ସ୍ନାନ, ଦୀପଦାନେ ତୁ ପ୍ରୀତ
ସ୍ୱୟଂ ପ୍ରଭୁ ମୁଣ୍ଡେ ମୁଣ୍ଡେଇଅଛି
ତୋହର ସନ୍ତୋ6ଷ ତାହାର ପ୍ରୀତି ।
ହେବାକୁ ତୋର ମା' କୃପାର ପାତ୍ର
ମହିମା ବଖାଣ ଧୃଷ୍ଟତା ମାତ୍ର
କୈବଲ୍ୟଦୟିନୀ ଲୋ ମାତା ରାଣୀ
ମୁଁ ପତିତା ତୁ ପତିତପାବନୀ ।
କୃଷ୍ଣପ୍ରିୟା ବୋଲି ଖାଲି ଜାଣିଛି
ଶ୍ରଦ୍ଧାରେ ତୋ' ପାଦେ ମଥା ବାଢିଛି
ଅଜ୍ଞାନ ବାଳୁତୁ ତୋତେ ସେବିଛି
ବିଶ୍ୱାସେ ତୋ' ପାଶେ ବନ୍ଧା ପଡିଛି ।
ଦୟିନୀ କରୁଛି ଦୁଃଖର ଘାଟେ
ଜଳୁଛି ପରାଣ କଷଣ ହାଟେ
ବେଳ ତ ଅବେଳ ଘୋଟେ ଅନ୍ଧାର
ଦୟାବହି ମା'ଲୋ କରୁଣା କର ।
ନ୍ୟାୟ ଉପରେ ଅନ୍ୟାୟ ପ୍ରହାର
ବୁଜନୀ ଚକ୍ଷୁ ଆଜି ଲୋ' ମା' ମୋର
ଅମୃତଦୃଷ୍ଟିରେ ଚାହିଁଦେ ଥରେ
ଘୁଂଚିଯାଉ ଦୁଃଖ ଦରିଆ ପାରେ ।
କୂଳେ ଲଗା ନାଵ ଅଗାଧ ଜଳୁ
ଉଡାଅ ଯଶ ତୋ ମରତ ତଳୁ
ଖ6ଡ୍ଗ ଛେଦି ମା' ବିପତ୍ତି ସଂହାର
ଧର୍ମ ଧ୍ବଜା ଉଡୁ ସର୍ବତ୍ର ତୋର ।