STORYMIRROR

Pranati prabha Rout

Others

3  

Pranati prabha Rout

Others

ଜୀବନ ଗୀତି

ଜୀବନ ଗୀତି

1 min
185


ଯେତେ ଅଳଙ୍କାରେ ସଜ ହୁଅ ବନ୍ଧୁ

ଶେଷ ଅଳଙ୍କାର ପାଳଦଉଡି

ଧନପ୍ରାଚୁର୍ଯ୍ୟରେ ଯେତେ ତୁ ବୁଡିଥା'

ଶେଷ ଐଶ୍ୱର୍ଯ୍ୟ ତୋ ଖଇକଉଡ଼ି 


ଯେତେ ତୁଳିତଳ୍ପ ଶଯ୍ୟାରେ ଶୋଉଥା'

ଶେଷ ଶଯ୍ୟା ଛଅ ଖଣ୍ଡି ବାଉଁଶ

ଯେତେ ଶୃଙ୍ଗାରରେ ଦେହ ତୁ ମାଖୁଥା'

ଶେଷେ ସେ ଦେହ ମୁଠାଏ ପାଉଁଶ 


ଯେତେ ଉପାଧିରେ ହୁଅ ବିଭୂଷିତ

ମଲା ପରେ 'ଶବ' ଉପାଧି ଶେଷେ

ଯେତେ ଅସ୍ପୃଶ୍ୟକୁ ଘୃଣା ତୁ କରୁଥା'

ଶବ ତୋ ଅଛୁଆଁ ତୋ ନିଜ ବାସେ 


ଯେତେ ମଦ୍ୟମାଂ6ସ ରହିଥା ତୁ ବୁଡି

ଶେଷେ ତୁଣ୍ଡେ ନେବୁ ମାହାର୍ଦ୍ଦ ପାଣି

ମାହାର୍ଦ୍ଦିଆ ବନ୍ଧୁ ଯେତେ ତୁ ନିନ୍ଦୁଥା

'ହରିନାମେ' ଶେଷ ବିଦାୟ ଜାଣି 


ପଦ୍ମପତ୍ରେ ପାଣି ପରି ଏ ଜୀବନ

ଏଇ ଅଛି ଆର ଘଡିକୁ ନାହିଁ

 ଲୋଭମୋହ ଦମ୍ଭ ଗର୍ବେ ମାତାଲ ତୁ 

ମରିଗଲେ କିଏ କାହାର ନୋହି 


ଯେତେ ମାତୁଥା' ତୁ ମତ୍ତ ଯୌବନରେ

ଛାତି ଫୁଲେଇ ଆସିବ ବାର୍ଦ୍ଧକ୍ୟ

ଦର୍ପ ଦମ୍ଭ ତୋର କ୍ଷଣେ କରି ଚୂର୍ଣ୍ଣ

ଶ୍ମଶାନ ଭୁଇଁରେ ଦେବ ଆଲେଖ୍ୟ 


ଧନ ଦଉଲତ ମାନ ଅଭିଜାତ୍ୟ

ରହିଯିବ ପଛ

େ ଯିବନି ସଙ୍ଗେ 

ମଣିଷ ଜନମ କୋଟି ଜନ୍ମ ପୂଣ୍ୟ

କାହିଁକି ବିପଥେ ବାହୁଛୁ ମଙ୍ଗେ 


ଯମ ବସି ଗଣେ ତୋହରି ଆୟୁଷ

ଶ୍ମଶାନ ଚାହିଁଛି ତୋର ପରଶ

ମାଟିର ଶରୀର ମାଟିରେ ମିଶିବ

ପବନେ ହଜିବ ଏହି ନିଶ୍ୱାସ 


ସମୟ ତ ବଡ଼ ବଳବାନ ବାବୁ 

ସମୟ ହାତେ ମଣିଷ ଖେଳନା

ପୁଣ୍ୟର ପେଡ଼ିରେ ସ୍ବର୍ଣ୍ଣ ଦିବ୍ୟତାରେ

ମଣିଷ ପଣିଆ ଶେଷ ଠିକଣା 


ଉପକାର କା'ର ପାରୁଛୁ ତ କର

ଅପକାର କାହା ନ କର ବନ୍ଧୁ

ହୃଦର ଆଘାତ ଶରୀରୁ କ୍ଷତାକ୍ତ

ଜିହ୍ୱା ସଂଯମରେ ବଚନ ମଧୁ 


ଏଇଠି ତ ପାପ ଏଇଠି ତ ପୂଣ୍ୟ

ନ ଜାଣୁ ତୁ' କିରେ ମୂଢ଼ ମଣିଷ ?

ବ୍ରହ୍ମରୁ ଝରା ଆଶିଷ କୋଟି ପୂଣ୍ୟ

ବ୍ରହ୍ମଅଶାନ୍ତିରେ ପାପ ଅଶେଷ 


ପୁଣ୍ୟର ତେଜରେ ପାପ ଯାଏ ଲିଭି

ମୃତ୍ୟୁରୁ ଅମୃତ୍ୟୁ ଲଭେ ମଣିଷ 

ପତିତପାବନ ଶ୍ରୀପଦେ ଶରଣ

ନେଇ ଯା' ନେଇଯା' ବେଳୁଁ ମଣିଷ 


ହୃଦୟରୁ ଥରେ ହସିଦିଅ ବନ୍ଧୁ

ନ ରଖି ଅନ୍ତରେ କପଟ ଛନ୍ଦ 

ଅଳପ ଦିନ ଏ ଅଳିକ ସଂସାର

ରାଗ ଅଭିମାନ ବିଷମ ମନ୍ଦ 



Rate this content
Log in