କାର୍ତ୍ତିକେ ଦାମୋଦର ବେଶ ଲୀଳାମୃତ
କାର୍ତ୍ତିକେ ଦାମୋଦର ବେଶ ଲୀଳାମୃତ
ମୋ' କହ୍ନେଇ ପୁଣି ଲବଣୀ ଚୋର
କେଡେ କଥା ସିଏ ଗୋପନାରୀର
ନଅଲକ୍ଷ ଗାଇ ଯାହା ପାଇଁ ପରା
ଖଞ୍ଜିଛନ୍ତି ପିତାନନ୍ଦ ତାହାର
ମନେ ଚିନ୍ତେ ପୁଣି ଯଶୋଦା ରାଣୀ
ଦାସାଦାସୀଙ୍କର ମନ୍ଥିତ ଲହୁଣୀ
ଅରୁଚି ହେଉଛି ବୋଧହୁଏ ମୋର
କାହ୍ଣୁର ମୁହିଁ ତ ପାରୁଛି ଜାଣି
ସେ ପାଇଁ ଚୋରାଏ ଗୋପୀ ଘରେ ପଶି ସର ଲହୁଣୀ
ନିଜେ ଆଜି ମୁହିଁ ମନ୍ଥିବି ଦଧି
ସ୍ୱାଦିଷ୍ଟ ଲହୁଣୀ ଖାଇବ ମୋହର ଅମୁଲ୍ୟ ନିଧି
ଦଧିଖୁଆ ଧରି ମାଆ ମନ୍ଥନ୍ତି
ଗୁଣୁଗୁଣେଇ ସେ କାହ୍ନୁ ବାଲ୍ୟଲୀଳା
ଅମୃତ ଆନନ୍ଦେ ମଜ୍ଜିଥାଆନ୍ତି
ମଳିମଳି ଆଖି କାହ୍ନୁ ନିଦୁ ଉଠିଲେ
ଅଳିକଲେ ଭୋକ ହେଲାଣି ଗୋ ମାତା
ଖାଇବି ମୁଁ କ୍ଷୀର ଖୁଆଦଣ୍ଡ ଭିଡି କୋଳେ ବସିଲେ
ସ୍ନେହେ କୋଳେ ମାଆ ପୁଅକୁ ଧରି
ବାତ୍ସଲ୍ୟ ପ୍ରେମର ମନ୍ଦାକିନୀ ଧାରା
କ୍ଷୀର ଆକାରରେ ଦେଲେ ବିତରୀ
ଚୁଲିରେ ଶିଝୁଥିଲା କ୍ଷୀର ତେଣେ,
ଦୁଃଖୀ ହେଉଥିଲା ଧିକ ମୋ ଜୀବନ
ନ ଲାଗିଲି ଯେବେ କାହ୍ଣୁ ସେଵନେ
ପଶିଯାଉଥିଲା ଉତୁରି ଉତୁରି ସେ ଅଭିମାନେ
ହାଁ କି' ହେଲା କ୍ଷୀର ଗଲା ଚୁଲିରେ,
ବ୍ୟସ୍ତ ହେଲେ ମାତା
କାହ୍ଣୁକୁ ଫୋପାଡ଼ିଦେଇ ସେ ତଳେ
ଧାଇଁ ଗଲେ ମାତା କ୍ଷୀର ପାଶରେ
ଲକ୍ଷେ ହାତୀ ବଳ ପୁତନା ଯାହାଙ୍କୁ
ଫୋପାଡ଼ି ନପାରି ମଲା ବିକଳେ
ଆଜି ଫିଙ୍ଗି ଦେଇ ଚାଲିଗଲେ ମାତା
ସେ ସର୍ବଶକ୍ତିମାନଙ୍କୁ ଏକ ଆଙ୍ଗୁଳିରେ ବାମ ହାତରେ
"ସ୍ନେହର ଶକ୍ତି ନା ଅଖଣ୍ଡ ଭକ୍ତିରେ
ବସ ହେଲେ ଆଜି ଜଗତକରତା ନନ୍ଦ ଦୁଲାଳେ
ମାତା ଯେଣୁ ସ୍ତନୁ ବିଛିନ୍ନ କଲେ
ରାଗେ ଜରଜର ସେ ବାଳ କୁମାର
ଗୋଡି ଫିଙ୍ଗି ଦଧି ହାଣ୍ଡି ଭାଙ୍ଗିଲେ
ମିଛେ କଉତୁକେ ସକସକ ହୋଇ ଭୟେ କାନ୍ଦିଲେ
ଦେଖି ମାତା ତାଙ୍କୁ ରାଗେ
ଅଧୀର
ସତେତ ଏ ଦୁଷ୍ଟ ଭାରି ଉପଦ୍ରକ
ପ୍ରହାରିବି ଆଜି ଛାଟରେ ମୋର
ମାତାଙ୍କ ହାତରେ ଉତଥିତ ଛାଟ
ପୃଥିବୀ ଆକାଶ ଦେଖି ସ୍ତମ୍ବିତ
ଯିଏ ଛାଟୁଛନ୍ତି ଏ ସାରା ବିଶ୍ୱକୁ
ସେ ଖାଇବେ ଆଜି ମାତାଙ୍କ ଛାଟ
ପବନ ଚୂପୁତେ ଆସି କହୁଥିଲା ପ୍ରଭୁଙ୍କ କାନେ
ସାବଧାନ ପ୍ରଭୁ ! ଧାଇଁ ଯାଅ ଶୀଘ୍ର
ମାତାଙ୍କ ହାତରେ ବିରାଟ ଝାଡୁ
ଦଉଡୁ ଦଉଡୁ କଷ୍ଟେ ଧରିନେଲେ ମାତା କାହ୍ନୁକୁ
ଛାଡିବିନି ଆଜି ଛାଟେ ପିଟିବିନି
ହେଲେ ବାନ୍ଧି ଦେବି ଆଜି ତୁମକୁ
ଆଣିଲେ ଦଉଡି ମାତା ତ ଦୌଡ଼ି
ପୂର୍ଣ୍ଣ ପୁରୁଷୋତ୍ତମ ପରଂବ୍ରହ୍ମ
ବ୍ରହ୍ମାଣ୍ଡ ନାୟକଙ୍କୁ ଆଜି
ଖୁଆ ଦଉଡ଼ିରେ ଦେଲେ ମା ଭିଡ଼ି
ହେଲେ ଏ କି ହେଲା ଭଲା
ଥକି ଗଲେ ମାତ ସକାଳୁ ସଞ୍ଜ
ସାରା ରାଜପୁର ଦଉଡି ହେଲା ନିଅଣ୍ଟ
ହେଲେ ବାନ୍ଧି ହେଲେନାହିଁ ପ୍ରଭୁ କହେଁଇ ସେତ
ଥକି ଗଲେ ମାତ ହୋଇଣ କ୍ଲାନ୍ତ
"ଦଉଡି ନୁହେଁ ସେ ତ
ଭକ୍ତ ଭଗବାନ ଭିତରେ ଅନ୍ତର ଏହି ଦି ହାତ"
ଦୟା କଲେ ପ୍ରଭୁ ମାତାଙ୍କୁ ଶେଷେ
ନିଜ ଇଛାରେ ବାନ୍ଧି ହୋଇଗଲେ ପ୍ରଭୁ
ବାତ୍ସଲ୍ୟ ରଜ୍ଜୁରେ ହୋଇଣ ଅଧିରେ
ଦଉଡି ବନ୍ଧନେ ମାତାଙ୍କ ହାତେ
ସାରା ସଂସାରକୁ ଯେ ରଖିଛି ବାନ୍ଧି
ସେ ଆଜି ବନ୍ଧନ ବାତ୍ସଲ୍ୟ ଭକ୍ତେ
"ଦାମ" ଅର୍ଥାତ 'ଦଉଡି', "ଉଦର" ଅର୍ଥାତ 'ପେଟ'
"ଦାମୋଦର ଲୀଳା" ହେଲା ଜଗତେ ଖ୍ୟାତ
ସ୍ୱର୍ଗୁ ଦେବତାଏ ଦେଖୁଥିଲେ ମୁଗ୍ଧ୍ୱେ
ପ୍ରଭୁଙ୍କର ଏହି ଦିବ୍ୟଭବ୍ୟରସ ଲୀଳା ଅମୃତ
କାର୍ତ୍ତିକ ମାସରେ ଦାମୋଦର ବେଶ ପ୍ରଭୁଙ୍କ
ସେ ପାଇଁ ଖ୍ୟାତ
ଆଧ୍ୟାତ୍ମିକ ଆନନ୍ଦର ଏ ଲହରୀ
ବାତ୍ସଲ୍ୟ ରସରେ ଅଟେ ପ୍ଲାବିତ ।