Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Classics

4.2  

Chittaranjan Nanda

Classics

ମହତ୍ତ୍ୱ ରହିବ ରାକ୍ଷୀର

ମହତ୍ତ୍ୱ ରହିବ ରାକ୍ଷୀର

1 min
180



ଯଦି ଏତେ ଅଛି ସେନେହ ବନ୍ଧନ

ତୁମର ନାରୀ ଜାତିକୁ

କିପରି କହୁଛ ଭଉଣୀର ଜନମ 

ଅଟେ 'ପର ଘରକୁ' ।


ଭାଇର ମଙ୍ଗଳ ପାଇଁ, ଭଉଣୀ ତ

ହାତେ ବାନ୍ଧେ ରାକ୍ଷୀ

ଯେବେ ମାଗେ ଭାଗ, ଭଉଣୀ ନୁହେଁ, 

ଦିଅ ତୁମେ ସାକ୍ଷୀ ।


କିଆଁ ଆଜି ନାରୀ ମାନେ ଘରେ ଘରେ 

ପାଆନ୍ତି ନିର୍ଯାତନା 

ଘରୋଇ ନିର୍ଯାତନା ଆଇନ, ସେଥିପାଇଁ

ହେଲା ସିନା ।


ଭାଇର ହାତରେ ରାକ୍ଷୀ ବାନ୍ଧିଛେ, ଭାଇ 

ସୁରକ୍ଷା କଅଣ ଦେଇ ପାରୁଛି

ଆଜି ନାରୀ ବଳତ୍କାର, କନ୍ୟା ଭୃଣ ହତ୍ୟା 

କିପରି କୁହ ଚାଲିଛି ।


ନାରୀ ପାଇଁ ବହୁ ଆଇନ କାନୁନ ତିଆରି

ତ ହୋଇଛି

ରାକ୍ଷୀ ଅଟେ ସାକ୍ଷୀ ସ୍ନେହ ମମତାର, ନାରୀ

ସ୍ବାଧିନତା ପାଇଁ କାମ କର କିଛି ।


ମମତାର ଡୋରୀରେ ଆଜି ବାନ୍ଧି ଦେଇ ହାତେ

ବୈରୀ ଭାବ ଦୂର କର 

ଯୌତୁକ ହଟିଲେ, ନାରୀ ଚାଲିଲେ ନିର୍ଭୟରେ

 ମହତ୍ତ୍ୱ ରହିବ ରାକ୍ଷୀର ।।


Rate this content
Log in

Similar oriya poem from Classics