STORYMIRROR

Debadatta Jena

Abstract Classics Inspirational

4  

Debadatta Jena

Abstract Classics Inspirational

ପ୍ରୀତିର ରଂଗ

ପ୍ରୀତିର ରଂଗ

1 min
270


ଅଳିରେ ଵି ଅଛୁ ତୁ କଳିରେ ଵି ଅଛୁ,

ଭାବ ବାନ୍ଧନରେ ଅଛୁ ବନମାଳିରେ,

ଶୟନରେ ଅଛୁ ତୁ ସପନରେ ଅଛୁ,

ମା ଯଶୋଦାର ସ୍ନେହ ନିଉଝାଳିରେ!

ଗୋପରେ ତୁ ଅଛୁ,ମଥୁରାରେ ଅଛୁ

ଦେବ ବସୁଦେବ ସୁତ ଗଳାମାଳିରେ,

ଧନରେ ତୁ ଅଛୁ, ମାନରେ ତୁ ଅଛୁ,

ନିର୍ଦ୍ଧନର ଧନ ତୁ ରତ୍ନ ଶଙ୍ଖାଳିରେ!

ଅନ୍ଧର ଲଉଡ଼ି ତୁ ଦରିଦ୍ର ପସରା,

ନନ୍ଦ ରାଜା ହୃଦୟ ସୁନା ମାଳିରେ,

ପ୍ରେମରେ ଵି ଅଛୁ,ପ୍ରଣୟରେ କି ଅଛୁ,

ଗୋପୀ ବଲ୍ଲଭ ରଂଜନ ସୁନା ଝରିରେ!

ସଖା ସଂଗେ ଅଛୁ ସଂଖୋଳିରେ ଅଛୁ,

କୃଷ୍ଣ,ସୁଦାମାର ପ୍ରିୟ ଖୁଦ ରଙ୍କୁଣାରେ,

ରାଧା ପ୍ରେମେ ଅଛୁ ମୀରା ଭାବେ ଅଛୁ,

ବୃନ୍ଦାବନ ରସ ରାଜ ନବ ଘନିଆରେ!

ଦୟାଣାର ମାଳି ଗୋ ଧନ ଶଙ୍ଖାଳି,

ଗୋପ ମଥୁରାର ମଣି ସୁନା ଥାଳିରେ,

ଅକ୍ରୁର ରଥରେ ଅର୍ଜୁନ ସାରଥୀ ସାଜୁ

ପଞ୍ଚଜନ୍ୟ ଶଙ୍ଖ ନାଦ ଭେରୀ ତୁରୀରେ!

କେଉଁ ଭାବରେ ବାନ୍ଧିବି ଭାବ ରସିଆରେ

ଅଭାବରେ ଭାବ ଯେତେ ମୋ ହୃଦୟରେ,

ସବୁ ଭାବ ଲାଗେ ଭାବ ବିନୋଦିଆ ପରା,

କେଉଁ ରସରେ ରସିବି ରଂଗ ରସିଆରେ!

ରସ ରାଗ ଯେତେ ମତେ ଅଳପ ଲାଗୁଛି,

ସରାଗର ରାଗ ରଂଗ ରସ ଭଳିଆରେ,

ପୀରତି ରଂଗରେ ଏ ଭାବ ମୁଁ ଯୋଡ଼ିଲେ

ହଟିଆ ନାଗର ପ୍ରେମ ଭବ ସାଗରରେ!

@ଇନ୍ଦ୍ରଧନୁର ରଂଗ🌷


Rate this content
Log in

Similar oriya poem from Abstract