STORYMIRROR

Debadatta Jena

Classics Inspirational Others

4  

Debadatta Jena

Classics Inspirational Others

ମମତାର ବନ୍ଧନ

ମମତାର ବନ୍ଧନ

1 min
273

ଏ ମମତାର ବନ୍ଧନ,ଫୁଲ ଆଉ ଚନ୍ଦନ,

ଫୁଲ ପରି ଫୁଟୁଥାଉ,ମହମହ ବାସୁଥାଉ

ଏଇ ରାକ୍ଷୀ ଆମ ସାକ୍ଷୀ ହେଉ..

ସେନେହରେ ଛନ୍ଦି ଦେଉ..

ଆମ ସାରା ଜନମ,

ସେ କୁସୁମ,ଆମେ ତା'ର ମହକ,

ସେ କସ୍ତୁରୀ,ଆମେ ତା'ର ଚମକ..!

ଏ ସରାଗର ବନ୍ଦନ,ସିନେହର ଅର୍ଚ୍ଚନ,

ବନ୍ଦନରେ ବନ୍ଦୀହେଉ,ଅର୍ଚ୍ଚନରେ ଛନ୍ଦୀଦେଉ,

ସାକ୍ଷୀ ଆମ ରାକ୍ଷୀ ହେଉ,

ଏ ଆଖି ଆମ ଦେଖୁ ଥାଉ,

ଏ ଜନମରୁ ଜନମ,

ଏଇ ଖୁସି, ଖୁସିର ଏ ଫସଲ,

ଏଇ ହସ, ହସର ଏ ମୁଲକ..!

ସେନେହର ଅଞ୍ଜନ, ଶରଧାର ଗୁଞ୍ଜନ,

ସ୍ନେହରେ ଭରିଯାଉ, ଶରଧା ଵି ବୁଣିଦେଉ,

ଏ ରାକ୍ଷୀ ଆମ ସାକ୍ଷୀ ହେଉ,

ସରସତା ମାଖି ଦେଉ,

ଜୀବନ ରୁ ଜୀବନ..

ତା'ସୁବାସ,ଅଗରୁ ଚନ୍ଦନ,

ତା'ସୁରଭି,ଜୀବନ ବନ୍ଧନ..!

ଭାଇ ଭଉଣୀର ସମ୍ପର୍କ, ମଧୁର ଏ ସମ୍ପର୍କ,

ଏଇ ଗରବର ଗଞ୍ଜନ,ଏ ଗଉରବ ମଞ୍ଜନ,

ରାକ୍ଷୀ ଆମ ସାହା ହେଉ,

ଜୀବନରେ ରାହା ହେଉ,

ପବିତ୍ର ଏ ବନ୍ଧନ..

ଏ ବିଶ୍ୱାସ,ଏଇ ସାରା ସଂସାର,

ଏ ଆଶ୍ୱାସ, ସୁନ୍ଦର ଏଇ ସୃଷ୍ଟିର..!



Rate this content
Log in

Similar oriya poem from Classics