ମନ
ମନ
ଋତୁ ଭଳି ପରିବର୍ତ୍ତିତ ମନ
ମନ ବଦଳେ ପ୍ରତିଟି ମୁହୂର୍ତ୍ତ
ମନ ପୁଣି ଚଳ ଚଂଚଳ
ମନ ଏକ ପକ୍ଷୀଟିଏ
କେବେ ଉଡ଼ିଯାଏ
କେବେ ବସା ବାନ୍ଧେ
ଅନେକ ଥର ମୁଁ ଖୋଜିଛି
ମନର ସଂଜ୍ଞା, ସ୍ୱରୂପ, ଲକ୍ଷଣ, ବୈଶିଷ୍ଟ୍ୟ
ଦୁଃସାଧ୍ୟ ଲାଗେ ଏବେ ଖୋଜିବାକୁ
ସଂଜ୍ଞା, ମନର
ବଡ, ବ୍ୟାପକ, ଏହି
ସଂଜ୍ଞା ମନର
ମନ ଏକ ଉପବନ
ଭରପୁର, ପ୍ରଚୁର୍ଯ୍ୟର, ଖଣି
ମନ, ଚଳଚଂଚଳ ତ
କେବେ, ଲଗାମ ଛଡା
ଅନିୟନ୍ତ୍ରିତ, ମନ
ଏକ, ବନ୍ୟା, ଭଳି
ଉଛୁଳି ଉଠେ
ମନ, ମୋର, ଉପବନତ କେବେ
ସ୍ୱପ୍ନର, ନନ୍ଦନକାନନ
