STORYMIRROR

Sangita Mishra Satapathy

Classics

3  

Sangita Mishra Satapathy

Classics

କର ମୋତେ ଦୁଃଖୀଟିଏ

କର ମୋତେ ଦୁଃଖୀଟିଏ

1 min
325


କିଛି ଦେଇ ନାହଁ ବୋଲି

କାହିଁକି କହିବି

ଯାହା ତ ଦେଇଛ ଯେତିକି ଦେଇଛ

ସବୁ ତୁମ ଦାନ ସିଏ।


ଭୋକ ଉପାସରେ ଛିଣ୍ଡା ଲୁଗାରେ

ଢୋକେ ପିଇ ଦଣ୍ଡେ ଜୀଏଁ

ତଥାପି  ମଣିମା ତୋ ଦୟାରୁ ସିନା

ତୋରାଣି  ମୁନ୍ଦିଏ ପାଏ।


ମୋତେ ଦୁଃଖୀ ଦେଖି ହୁଅ ଯେବେ ଖୁସି

ମୋ ଠାରୁ ସୁଖୀ କିଏ

ତୋ ଦୁଇ ଆଖିରେ ଆଖି ମିଶିଗଲେ 

ସବୁ ଦୁଃଖ ଭୁଲିଯାଏ।


ମୁଁ ଅଭିମାନୀ ଭକ୍ତଟିଏ

ଦୁଇ କର ଯୋଡି କରୁଛି ଗୁହାରି 

 କର ମୋତେ ଦୁଃଖୀଟିଏ 

ମୁଁ ତୁମ ନାମ ଗାଉଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics