କର ମୋତେ ଦୁଃଖୀଟିଏ
କର ମୋତେ ଦୁଃଖୀଟିଏ
କିଛି ଦେଇ ନାହଁ ବୋଲି
କାହିଁକି କହିବି
ଯାହା ତ ଦେଇଛ ଯେତିକି ଦେଇଛ
ସବୁ ତୁମ ଦାନ ସିଏ।
ଭୋକ ଉପାସରେ ଛିଣ୍ଡା ଲୁଗାରେ
ଢୋକେ ପିଇ ଦଣ୍ଡେ ଜୀଏଁ
ତଥାପି ମଣିମା ତୋ ଦୟାରୁ ସିନା
ତୋରାଣି ମୁନ୍ଦିଏ ପାଏ।
ମୋତେ ଦୁଃଖୀ ଦେଖି ହୁଅ ଯେବେ ଖୁସି
ମୋ ଠାରୁ ସୁଖୀ କିଏ
ତୋ ଦୁଇ ଆଖିରେ ଆଖି ମିଶିଗଲେ
ସବୁ ଦୁଃଖ ଭୁଲିଯାଏ।
ମୁଁ ଅଭିମାନୀ ଭକ୍ତଟିଏ
ଦୁଇ କର ଯୋଡି କରୁଛି ଗୁହାରି
କର ମୋତେ ଦୁଃଖୀଟିଏ
ମୁଁ ତୁମ ନାମ ଗାଉଥାଏ।