STORYMIRROR

ABADHOOT PANDA

Classics Others

3  

ABADHOOT PANDA

Classics Others

ମାତା କାତ୍ୟାୟିନୀ ଶରଣେ

ମାତା କାତ୍ୟାୟିନୀ ଶରଣେ

1 min
157

କବିର କଳ୍ପନା ରଙ୍ଗୀନ ଅନଳ ଶିଖାରେ ବାନ୍ଧି

ପଦାର୍ପଣ କରିଛ ଆଜି ହେ ଦୀପାବଳୀ ଆମ

ଜନପଦେ ବିଜୟ ଡିଣ୍ଡିମ ପିଟି କେତେ କରି

ଆନନ୍ଦ ମୟ ଫନ୍ଦି l


ଜାଳିଛି ମୁଁ ପ୍ରଦୀପ ମାଟିର କେତେ ଆଶା ନେଇ

ସନ୍ତୁଷ୍ଟ କରିଵାକୁ ତୁମକୁ ହେ ପୁଣ୍ୟ ଦୀପାବଳୀ

ସୁଗନ୍ଧିତ ପୁଷ୍ପ ରେଣୁ ମାଖି କପାଳେ ଶୁଭ୍ର ବସନ

ଆବୃତେ ହୋଇ ଆପ୍ୟାୟିତ l


ମିଠା ପିଠା ପଣା ପିଇ ପୁଲକିତ ତନୁ ମନ ନେଇ

ହାତେ ଧରି ଫୁଲଝରି ଆଉ ତାଳ ଫୋଟକା ଘଡ଼ି

ବାଣ ଆଉ ହାବେଳୀ ପଛେ ଅଗ୍ନି ଯୋଡ଼ି ଆକାଶେ

କରିଛି ପ୍ରେରଣ ଝରାୟିତ l


ଦୀପାବଳୀର ଆନନ୍ଦ ମୁଖରିତ ଜନପଦ ସହର

ବାଣ ଫୁଟାର ନିନାଦ ବଜ୍ରବିଜୁଳି ଖସମ ମହୀପୁର,

କମ୍ପମାନ ଆଜି ଉନ୍ମିଦ୍ର ରଜନୀ କବଳିତ ଜନସମାଜ

ଅପେକ୍ଷାରତ ଲଭିବାକୁ ବାଳସୂର୍ଯ୍ୟଙ୍କ ସ୍ନିଗ୍ଧ କୋମଳ

ରକ୍ତିମ କିରଣ ଉତ୍କଣ୍ଠିତ ସେମାନଙ୍କ ଚିତ୍ତ l


ଶ୍ୟାମାଦେବୀଙ୍କ ପୂଜା ଯାକ ଯମକ ମଣ୍ଡିତ ଆତସବାଜି, କୋଳାହଳେ ମୁଖରିତ ନଗର ଆଳୟ

ପ୍ରତି ଘରେ ଆବାଳବୃଦ୍ଧବନିତା ମିଷ୍ଟ ବଣ୍ଟନେମଜ୍ଜିତ

ନିଷ୍କାମ ନିଷ୍କପଟ ଚିତ୍ତେ ଶ୍ୟାମା ପଦ ତଳେ କରି ମଥା

ଭକ୍ତିଭରେ ନତ l


ହେ ମାତେ ଶ୍ୟାମା ଜଗତର କାଳିମା ଯେତିକ କରି

ବହନ ନିଜ ଗାତ୍ରେ କରିବ ପ୍ରସ୍ଥାନ ତୁମ ନିଲୟେ

କୈଳାସ ପୂରେ ନିଶ୍ଚୟ ଜାଣିଛୁ ଆମେ ଆର୍ଯ୍ୟଧାମ ବାସୀ ନିରନ୍ତର, କରିବୁ ପ୍ରତୀକ୍ଷା କାୟମନପ୍ରାଣେ

ତୁମ ଆସନ୍ତା ଆଗମନୀକୁ ନିରତ l


ପ୍ରାର୍ଥନା ଏତିକି ଆମ ନିବେଦନ ମିଶ୍ରିତ ତଵ ଶ୍ରୀଚରଣ ତଳେ ନାଶକରିବାକୁ ଯେତିକ ବ୍ୟଭିଚାର, ବଳାତ୍କାର, ନାରୀ ନିର୍ଯାତନା, ଭ୍ରଷ୍ଟ ଗଣତନ୍ତ୍ର, ସ୍ଥାପନାର୍ଥେ ଏକ ପୁଣ୍ୟ ନିଷ୍ପାପ ଆର୍ଯ୍ୟଭୂମେ ଆଉ ମୁଳୋତ୍ପାଟନ କରଣାର୍ଥେ ତୃତୀୟବିଶ୍ୱଯୁଦ୍ଧମନସ୍କତା ବିଶ୍ୱବୁକୁ ହୋଇଣ ନିରନ୍ତର ସଦୟ ଟେକ ରଖି ନିଜ ଇଷ୍ଟଙ୍କ

ଯିଏକି ସଦା ସୃଷ୍ଟିମଙ୍ଗଳକାରକ ତଥା ଭୂତନାଥ l

         



Rate this content
Log in

Similar oriya poem from Classics