STORYMIRROR

Chittaranjan Nanda

Classics

4  

Chittaranjan Nanda

Classics

ପ୍ରେମ ଆନନ୍ଦ ଧ୍ୱନିର ସ୍ବାକ୍ଷର

ପ୍ରେମ ଆନନ୍ଦ ଧ୍ୱନିର ସ୍ବାକ୍ଷର

1 min
238


ଦୁନିଆରେ ଏକା ଏକା ଜନ୍ମ ନେଇଛି

ସମାଜ ସହିତ ଯୋଡ଼ି ହୋଇ ଯାଇଛି ।


ମାଟି ମାଆର ବାସ୍ନା ଭିତରୁ କ୍ଷୀଣ ସ୍ୱର

ଶୁଭେ କିଛି କରି ଦେଖାଅ ମନର ଭିତର ।


ଏଠି ତ ସ୍ୱର୍ଗ, ମୋକ୍ଷ, କର୍ମ ଧର୍ମ ସାର

କାର୍ଯ୍ୟ ସାରିବାକୁ ହେବ ସମୟ ଅନୁସାର ।

 

ଶୈଶବକୁ ଦେଖିଲେ ହୋଇବ ଜଣା

ପ୍ରେମମନ୍ତ୍ର ଆଦ୍ୟ ଚେତନାର କଳ୍ପନା ।


ପ୍ରେମ ନୁହେଁ ଶଦ୍ଦର ଦୁଇ ଅକ୍ଷର

ଆନନ୍ଦ ଧ୍ୱନିର ସେ ପ୍ରଥମ ସ୍ବାକ୍ଷର ।


ପ୍ରେମ ଅଟେ ଚନ୍ଦନ ବାସର ମହକ

ହୃଦୟର ସବୁ ଅନ୍ଧାରର ଆଲୋକ ।


ପ୍ରେମ ମଣିଷ ମୁକ୍ତିର ମାର୍ଗ ଦର୍ଶକ

ଦୁଇ ମଣିଷର ଭାବ ବିଶ୍ଵାସର ର୍ଝଲକ ।


ପ୍ରେମମନ୍ତ୍ର ଯୋଗାଏ ମଧୁର ମୂର୍ଚ୍ଛନା

ଘୃଣା ମନେ ଭରେ ଅକୁହା ଅଜଣା ଯନ୍ତ୍ରଣା ।


ପ୍ରେମ ହୁଏ ହୃଦ ଗାୟକ, ନିଃଶବ୍ଦ ନିକୁଞ୍ଜ

ହୁଏ ମଣିଷ ନାୟକ ତା ମନରାଜର ପ୍ରୀତିପୁଞ୍ଜ ।


ବକ୍ଷ ଚିରି ଦେଖିଲେ ନେତ୍ର ଭରି, ପାଇବ

ପ୍ରତାରଣାରେ ହୃଦୟରେ ଅଜସ୍ର ପରାଭବ ।


ପ୍ରେମ ଶାଶ୍ୱତ, ବିରହ ତ ବେଦନାମୟ

ପ୍ରାଣରୁ ପ୍ରେମ କାଢ଼ି ବଞ୍ଚିକି ପାରିବ କୁହ ।


Rate this content
Log in

Similar oriya poem from Classics