ଅଝଟ ଶ୍ରାବଣ
ଅଝଟ ଶ୍ରାବଣ
ଆଖିପତା ତଳେ ଉଙ୍କିମାରେ ସ୍ମୃତି
ଭସା ବଉଦର ମେଳେ ,
ଖୋଜେ ପଦ ଚିହ୍ନ ନିଷ୍ପ୍ରଭ ନୟନେ
ନାଇଛି ମେଘୀ କଜଳେ ।
କମଳିନୀ କାନ୍ଦେ ସରସୀ ଜଳରେ
କୁମୁଦିନୀ ଦିନ ଗଣେ ,
ସନ୍ତାପିତ ହୃଦେ ଜାଗେ ଏକ ଆଶା
ସର୍ ସର୍ ସମୀରଣେ ।
କୁମୁଦିନୀ ଚୁପେ ଚାହିଁଛି ଆତୁରେ
ନୟନର କୋଣେ କୋଣେ ,
ଢ଼ାଳି ଲୁହଧାରା ନୀରବ ନିଶ୍ଚଳେ
ପଥହରା ମୁଁ 'ତ ଜଣେ ।
ନୀରବ, ନିଷ୍ପ୍ରାଣ ନିବୃତ କୋଣରୁ
ସାଉଁଟା ସ୍ମୃତିକୁ ଯୋଡେ ,
ଅଝଟ ଶ୍ରାବଣ ଭିଜା ମାଟି ତଳେ
ମିଠା ପ୍ରତିଶ୍ରୁତି ଲୋଡ଼େ ।
ତୁଟିନି ଭରସା କରିଛି ପ୍ରତୀକ୍ଷା
ରଙ୍ଗ ବୋଳିଦେଇ ମନେ ,
ପୂର୍ଣ୍ଣମୀ ତିଥିରେ ସାଗରେ ତରଙ୍ଗ
ଉଠେ ଆକର୍ଷଣେ ଯେହ୍ନେ ।
ମନ ଛନ୍ନ, ଛନ୍ନ ହୁଅଇ ଉଚ୍ଛନ୍ନ
ମେଘ ମାଳା ବାରିଧିରେ ,
ଅଝଟ ଶ୍ରାବଣ ଅଭିସାର ପାଇଁ
ଆଜିବି ଏ ' ମନ ଝୁରେ ।
