STORYMIRROR

Ramachandra Bhutia

Classics Inspirational

4  

Ramachandra Bhutia

Classics Inspirational

ହେ କୃଷ୍ଣ !! ତୁମ୍ଭେ ଆଉଥରେ ଆସ

ହେ କୃଷ୍ଣ !! ତୁମ୍ଭେ ଆଉଥରେ ଆସ

1 min
225

ହେ କୃଷ୍ଣ, 

ଆଉଥରେ ଏ ଧାରା କୁ ଅବତରି ଆସ

ନାଶ କରିବାକୁ ହେବ ତୁମ୍ଭକୁ

କଳି ର କଳୁଷ ।।


ଶାସନ ର ଡୋରଧାରୀ ଅନ୍ଧ ଧୃତରାଷ୍ଟ୍ର

କ୍ଷମତାର ମୋହେ ପ୍ରଜା ଙ୍କୁ ଦେଉଛନ୍ତି କଷ୍ଟ

ତାଙ୍କ ଠାରୁ ବଳି ତାଙ୍କର ଅନୁଗାମୀ କରାମତି

କାର୍ଯ୍ୟେ ନାହିଁ ରଖନ୍ତି କେବଳ ବାକ୍ୟବାଣେ ପ୍ରୀତି ।।


ପଣପଣ ଦୁଃଶାସନ କରୁଛନ୍ତି ଖେଳା

ତାଙ୍କର ପ୍ରତାପେ ନାରୀ ଆଜି ଅବଳା ଦୁଃର୍ବଳା

ନାଶିଥିଲ ତୁମ୍ଭେ ସିନା ଗୋଟେ କଂସାସୁର

ଦେଖିଯାଅ ଥରେ,

କାହାକୁ ମାରିବ ଏଠି ସବୁ ଏକୁ ଆରେ ବଳିୟାର ।।


ବନ୍ଦୀଶାଳ ଠାରୁ ଏଠାରେ ବେଶି ଅନ୍ଧକାର

ଉଗ୍ରସେନ ସାଜିଛନ୍ତି ସବୁ ସ୍ଵଘୋଷିତ ବୀର

ଗାଣ୍ଡୀବ ଧନୁଷ ପାର୍ଥ କୁ ଲାଗେ ଆଜି ଭାରି

କରିବାକୁ ପ୍ରତିକାର ସାମର୍ଥ୍ୟ ଆଜି ନାହିଁ ତ ତାହାରି ।।


ହେ କୃଷ୍ଣ, 

ଆଉଥରେ ଏ ଧାରା କୁ ଅବତରି ଆସ

କିନ୍ତୁ କରିବନି ଆଉ କେଳି କିମ୍ୱା ଗୁପ୍ତରାସ

ନାଶ କରିବାକୁ ହେବ ତୁମ୍ଭକୁ

କଳି ର କଳୁଷ । 


ଅବଶିଷ୍ଟ ଯୁଦ୍ଧ ସେଇ ମହାଭାରତ ର

ସମୟ କରେ ଆହ୍ବାନ, ତା'ର ଆୟୋଜନ କର

ପ୍ରଚ୍ଛଦପଟ୍ଟେ ନ ରହି ସମ୍ମୁଖ ଯୁଦ୍ଧରେ ହୁଅ ଅବତୀର୍ଣ୍ଣ

ନାଦ କରି ପଞ୍ଚଜନ୍ୟ, ଧାରଣ କର ହେ ତୁମ୍ଭେ ଚକ୍ର ସୁଦର୍ଶନ ।।


ଆଉଥରେ କୁହ ଗୀତା ଅର୍ଜୁନ କର୍ଣ୍ଣରେ

ମୋହ ଭୂଲି ଉଠାଉ ଗାଣ୍ଡୀବ ତାର ହସ୍ତେ ଆଉଥରେ

ଧନୁରେ ଚଢାଇ ଗୁଣ ଦେଉ ସେ ଟଙ୍କାର,

ଛନକା ପଶୁ ତ ବାରେ ମନରେ ପାପୀ ର ।।


ମୋହନ ମୁରଲୀ ଛାଡି ପଞ୍ଚଜନ୍ୟ ଫୁଙ୍ଖ

ତା ଶବଦେ ଖେଳିଯାଉ କପଟୀ ଅନ୍ତରେ ଆତଙ୍କ

କରୁଅଛୁ ଆବାହନ, ହେ କୃଷ୍ଣ !! ତୁମ୍ଭେ ଆଉଥରେ ଆସ

କଳି ର କଳୁଷ ନାଶି ପୃଥି କୁ କରିବ ଉଶ୍ୱାସ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics