STORYMIRROR

CHARUBALA PADHI

Classics Inspirational

4  

CHARUBALA PADHI

Classics Inspirational

ହାଏରେ ମଣିଷ

ହାଏରେ ମଣିଷ

1 min
203

ହାଏରେ ମଣିଷ ,

ସତରେ ତୁ କେଡ଼େ ଅସହାୟ !

ତୁ ସିନା ସାଜିଛୁ ସ୍ଵାଧୀନ ଭାରତର ସନ୍ତାନ

ତୁ ସିନା ସାଜିଛୁ ନୀଳାକାଶର ମୁକ୍ତ ବିହଙ୍ଗମ

କିନ୍ତୁ କେବେ କଣ୍ ନିଜ ମନକୁ ପଚାରିଛୁ

ସତରେ ତୁ କେତେ ସ୍ଵାଧୀନ ।


ଏଠି ସୃଷ୍ଟି ଆରମ୍ଭରୁ ବଢ଼ି ଚାଲିଛି

ନାରୀ ଅତ୍ୟାଚାର ,

ଗଣତନ୍ତ୍ରରେ ବି ଅସ୍ପଷ୍ଟ ଶୁଭେ

ଜନତାର ସ୍ୱର।

ତଥାପି ତୁ ମନେ ଗର୍ବ କରୁ

ଆଉ ସ୍ବପ୍ନ ଦେଖୁ ଅଖଣ୍ଡ ଭାରତର।


ଏଠି

ଦୁର୍ନୀତି ପଞ୍ଝାରେ ଲହୁ ଲୁହାଣ

ଭାରତର ଶରୀର,

ଭ୍ରଷ୍ଟାଚାର ବହ୍ନିରେ ଅର୍ଦ୍ଧଦଗ୍ଧ

ତାର ସମ୍ପୂର୍ଣ୍ଣ କଳେବର।

ତଥାପି ତୁ ଡେଙ୍ଗୁରା ପିଟୁ, 

ଗର୍ବରେ ତୁ ଭୂମିରେ ଲୋଟୁ

କିନ୍ତୁ କେବେ କଣ୍ ଦେଖିଛୁ ସେ ମାଆର ଅଶ୍ରୁ ସିକ୍ତ ନୟନ

କେବେ ଶୁଣିଛୁ କି ତା ବୁକୁଫଟା ସ୍ୱର ।


ଥରୁଟିଏ ଆଖି ଖୋଲି ଦେଖ୍ ରେ ମଣିଷ

ସତରେ ତୁ କେଡ଼େ ଅସହାୟ !

ରାଷ୍ଟ୍ର ପ୍ରେମର ନାରା ଦେଇ

ଦେଶଭକ୍ତିର ଗୀତ ଗାଇ

ତୁ ସିନା ନୀରବତାର ଛତ୍ରଛାୟାରେ ସୁପ୍ତ,

କିନ୍ତୁ କଳୁଷ କାଳିମାରେ

ବହଳେ ଅନ୍ଧାରରେ 

ଘେରା ଏ ଭାରତ, ଘେରା ଏ ଭାରତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics