STORYMIRROR

CHARUBALA PADHI

Tragedy Others

3  

CHARUBALA PADHI

Tragedy Others

ଜନ୍ମଦିନ

ଜନ୍ମଦିନ

1 min
330


ଦିଅଁ ଦେବତାଙ୍କ ପାଶେ

ନାନାଦି ମାନସିକ,

ତା ସାଥେ ପୁଣି କେତେ ଯେ ପୂଜାବ୍ରତ,

ସବୁ ପରେ ପରେ ଠିକ୍ ଏଇ ଦିନରେ,

ବାପା ମାଆ କୋଳରେ ଦେଖିଲେ

ନିଜ ନବଜାତ ପୁତ୍ରର ମୁଖ।

ସଂସାରରେ ଖୁସିର ଜୁଆର,

କୋଟିନିଧି ମିଳିଗଲା ସତେ।

ଅପାର ଆନନ୍ଦରେ, କେଡ଼େ ଧୁମ୍ ଧାମରେ

ଜନ୍ମଦିନ ହୋଇଲା ପାଳନ।

ହେବନି କେମିତି?

ସେଇଟା ଥିଲା ପରା 

ତାଙ୍କ ନୟନ ପିତୁଳାର ଆଗମନ ଦିନ।

ଏଇତ କିଛି ବର୍ଷ ପରେ 

ଆଜି ପୁଣି ଆସିଛି ସେ ଦିନ,

କିନ୍ତୁ କୁଆଡେ଼ ଗଲା ସେ କୋଳାହଳ,

କୁଆଡେ଼ ଗଲା ସେ ସବୁ ସୁଖଦିନ,

ଯେଉଁ ଅତିଥିର ସ୍ଵାଗତରେ 

ହୋଇଥିଲା ଏତେ ଆୟୋଜନ,

ଆଜି ସେ ବିଦେଶୀ ଅତିଥି ସାଜି,

ଜଣାଏ ବ୍ୟସ୍ତ ତା ଜୀବନ।

ଆଉ ଏଠି,

ନିବୁଜ୍ କୋଠରୀରେ

କିଟ୍ କିଟ୍ ଅନ୍ଧାରରେ,

ଦୀପଟିଏ ଜାଳି

ଝୁରିହୁଏ ଖାଲି ଯାହା ଦୁଇପ୍ରାଣ

ଝୁରିହୁଏ ଖାଲି ଯାହା ଦୁଇପ୍ରାଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy