STORYMIRROR

CHARUBALA PADHI

Romance Others

3  

CHARUBALA PADHI

Romance Others

ଚିଠି : ଚିତ୍ତ ଚିଟାଉ

ଚିଠି : ଚିତ୍ତ ଚିଟାଉ

1 min
320

ଭାରି ଶସ୍ତା ଏବେ ସମ୍ପର୍କଟା !

କେଜାଣି କେମିତି

ଏ ଅନ୍ ଲାଇନ୍ ଯୁଗରେ

ମଜଭୁତ ସମ୍ପର୍କର

ଦ୍ୱାହି ଦିଅନ୍ତି ଲୋକେ...!

ଭାରି ଅଡ଼ୁଆ ଲାଗେ,

ଅନ୍ ଲାଇନ୍ ସ୍ବପ୍ନ, ଅନ୍ ଲାଇନ୍ ମନ

ଆଉ ଅନ୍ ଲାଇନ୍ ଭାବ ଦିଆନିଆ ।

ଏକ ଅଲଗା ଆକର୍ଷଣ

ସେ ମୁଦଦିଆ ଲଫାପାର,

ଶବ୍ଦ ହେଇ ବହିଯାଏ

ଯେତେସବୁ ଭାବପ୍ରବଣତା।

କାଳିର ପ୍ରତିଟି ଛିଟାରେ,

ବାରି ହୋଇପଡେ ହୃଦୟର ଆବେଗ।

ଯେତେ ରାଗରୁଷା, ମାନ ଅଭିମାନ

ଛାତିରେ ନେସି ଦେଲେ ବି

ଅକ୍ଲେଶରେ ଜଡେଇ ଧରେ ସେସବୁ।

କାହା ଓଠର ଉଷୁମ୍ ଛୁଆଁ

କାହା ଆଖିର ତତଲା ନିଆଁ,

ସବୁକୁ ଜାବୁଡ଼ି ଧରି ପହଞ୍ଚେ

ଚିର ପ୍ରତୀକ୍ଷିତ ଆତ୍ମୀୟ ପାଖରେ,

ଆଉ ଆତ୍ମହରା ଆତ୍ମୀୟଟା

ପୁଣି ରହିଯାଏ

ଆଉ ଏକ 'ଚିଠି ପାଇ ଚିଠିର'

ଉତ୍ତର ଅପେକ୍ଷାରେ।

କିନ୍ତୁ ଏବେ

ବେଶ୍ ବଦଳିଛି ଯୁଗ

ଆଜିର ଚିଠିରେ ନାହିଁ ସେ ଆକର୍ଷଣ,

ନାହିଁ ଆରମ୍ଭ କି ଅନ୍ତ।

ତଥାପି ଯନ୍ତ୍ରଣାର ସଜଶବ୍ଦ, ଆଖିର ଲୁହଦାଗ ସବୁ

ବେଶ୍ ବାରି ପାରୁଛନ୍ତି

ଫେସବୁକ୍ ର କେଇ ଯୋଡ଼ା ପ୍ଲାଷ୍ଟିକ ଛବି,

ଆଉ ହ୍ୱାଟସପ୍ ର କିଛି ଇମୋଜି ।

ସତରେ ଏ ଯନ୍ତ୍ରଯୁଗରେ

ହଜିଛି ପ୍ରେମ, ନୀରବିଛି ଶବ୍ଦ।

ଏଠି ମିଛପ୍ରେମ, ପ୍ରତିଶ୍ରୁତିରେ

ଧିରେ ଧିରେ ବି ପାଣିଚିଆ ହେଉଛି

ସମ୍ପର୍କର ରଙ୍ଗ।

ଆଉ ହସ-ଲୁହ,ମେଘ-ନିଦାଘର ବାହକ

ସେ 'ଚିତ୍ତ ଚିଟାଉ '

ଆଜି ସଭିଙ୍କ ପାଇଁ ଏକ ସାଇତା ସନ୍ତକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance