STORYMIRROR

CHARUBALA PADHI

Others

3  

CHARUBALA PADHI

Others

ଫର୍ବ୍ଦେ କାଗଜ

ଫର୍ବ୍ଦେ କାଗଜ

1 min
287

ଆଜିକାଲି ସେ ତା ଉଷୁମ ପାପୁଲିରେ

ଆଉଁଶି ସଜାଡ଼ି ଦିଏ ମୋତେ,

ମୋ ଅସୀମ ଭାବନାର ଅଡ଼ୁଆ ଖିଅ ସବୁ

ଆଉ ମୁଁ ବି ତା ଛାତି ପିଟି କହେ

କିଛି ସାଇତା ଅଭିମାନ ସହ

କିଛି ନୂଆ ଅଭିଯୋଗକୁ।

ଆଜି କାଲି ମୁଁ ବି ବସି ବସି

କେତେ କଣ୍ ଗାରେଇ ବସେ ତା ପାପୁଲିରେ,

କିଛି ଅନାବନା କଥା,କିଛି ମନତଳ ବ୍ୟଥା

ଆଉ କିଛି ଗୋପନ ପ୍ରଣୟକୁ।

ଆଉ ସେ ବି ବିନା ପ୍ରତିବାଦରେ

ମୁହଁ ସହ ମୁହଁ ଘଷି ଫୋଛିପାରେ

ମୋ ଭିଜା ଆଖି ଲୁହକୁ।

ଆଜିକାଲି ସେ ହିଁ ପାଲଟିଛି ଗୋଟାପଣେ ମୋର।

ହଁ, ସେ ହିଁ...ଇଚ୍ଛା ହେଲେ

ଯା ଦେହରେ ଲେଖିଦିଏ

ମୋ ଦେହର ଗୋଟି ଗୋଟି ଦରଦ ଶବ୍ଦକୁ,

ଯା ଛାତିରେ ଆଙ୍କିଦିଏ

ମୋ ଛାତିର ସବୁତକ ଯନ୍ତ୍ରଣାର ଦାଗକୁ।

ହଁ, ହେଇପାରେ ତୁମ ପାଇଁ ସେ

କେବଳ ଫର୍ଦ୍ଦେ କାଗଜ।

କିନ୍ତୁ ମୋ ପାଇଁ ମୋତେ ବୁଝୁଥିବା

ମୋ ନୀରବ ପ୍ରେମିକ

ମୋତେ ନିଜଠୁ ବି ନିଜର ଭାବୁଥିବା

ମୋ ଭାବନାର ମୁଗ୍ଧ ନାୟକ।

ନହେଲେ କଣ୍

ମୋ ମିଛ କଳ୍ପନାକୁ ପୂରା କରିବାକୁ

ସେ ସମର୍ପି ପାରିଥାନ୍ତା ତା ପୁରା ଅବୟବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍