ଆହା ମୋ ନନ୍ଦ
ଆହା ମୋ ନନ୍ଦ
ନନ୍ଦ ଘରେ ଆଜି ଆନନ୍ଦ ଖେଳୁଛି
ଗୋପ ତ ଉଠୁଛି ପଡ଼ୁଛି
ଯଶୋଦା କୋଳରେ କାହ୍ନୁ ଶୋଭା ପାଏ
ମନ ତା ଆନନ୍ଦେ ନାଚୁଛି।
ଉଠୁଛି ପଡ଼ୁଛି ଗୋପ ଦାଣ୍ଡ ପରା
କୃଷ୍ଣ ଙ୍କର ଆଗମନେ
ଗୋପର ତରୁଣୀ ନାଚନ୍ତି ଆନନ୍ଦେ
ଆନନ୍ଦ ଖେଳୁଛି ମନେ
ଯମୁନା ର ଜଳ ଅତି ସରାଗ ରେ
କଳା କାହ୍ନୁ ବାଟ ଚାହିଁଛି।
ମନ ତା ଆନନ୍ଦେ ନାଛୁଛି।
ନନ୍ଦ ଘର ପରା ସରଗ ସମାନ
ଜହ୍ନ ପରା କଳା କାହ୍ନୁ
ଯଶୋଦା ର ସିଏ ଅନ୍ଧର ଲଉଡି
ନନ୍ଦ ର ପରାଣ ଧନ
ହସୁଛି ଧରଣୀ ହସୁଛି ଆକାଶ
ଗୋପରେ ମଳୟ ବହୁଛି।
ମନ ତା ଆନନ୍ଦେ ନାଚୁ ଛି.....।।
