Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Classics

4  

Chittaranjan Nanda

Classics

ବିଚାରପତିଙ୍କ ଦରବାର

ବିଚାରପତିଙ୍କ ଦରବାର

1 min
219



ବିଚାରପତିଙ୍କ ଦରବାର,

ଆମେ ଡାକୁ ହେ ଲର୍ଡ, ଇଶ୍ୱରଂକ 

ପରା ଅବତାର ।


ବିଚାରପତିଙ୍କ ଦରବାର,

ନଥାଏ ରାଗ, ଅବିବେକ, ଅହ°କାର 

ସେ ମଣିଷର ।


ବିଚାରପତିଙ୍କ ଦରବାର,

ସେ ଚିର ଅଭ୍ରାନ୍ତ, ନିର୍ଭୀକ ଓ ମୂର୍ତ୍ତି 

ନିରପେକ୍ଷତାର ।


ବିଚାରପତିଙ୍କ ଦରବାର,

ସବୁଦିନେ ଅପଥେ ନଯିବା ପାଇଁ ଶପଥ

ନେବା ଦରକାର ।


ବିଚାରପତିଙ୍କ ଦରବାର,

ଏଇ ପରା ଶକ୍ତ ସ୍ତମ୍ଭ ଅଟେ ସର୍ବଶ୍ରେଷ୍ଠ 

ଶାସନ ଗଣତନ୍ତ୍ରର ।


ବିଚାରପତିଙ୍କ ଦରବାର,

ଏହା ପାଖେ ଅଛି ଅମୋଘ ଅସ୍ତ୍ର କଣ୍ଟେମ୍ପ୍ଟ 

ପ୍ରୟୋଗ ବ୍ୟବସ୍ଥାର ।


ବିଚାରପତିଙ୍କ ଦରବାର,

ନରଖେ ପାତର ଅନ୍ତର ଜାତି ଧରମ 

ଗୋଷ୍ଠୀ ବିଚାରର ।


ବିଚାରପତିଙ୍କ ଦରବାର,

ନବୋଲାଏ ନିଜକୁ ରାଜା, ଦିଅଇ ସଜା 

ଯାହା ଆଇନ ଭିତର ।


ବିଚାରପତିଙ୍କ ଦରବାର,

ଭୋଟ ଦ୍ୱାହି ଦେଇ, ତୁଛା ଭାଷଣେ ଦରକାର 

ନାହିଁ ଜିତିବା ଚିତ୍ତ କାହାର ।


ବିଚାରପତିଙ୍କ ଦରବାର,

ଲୋଡ଼ା ନାହିଁ ଏଠି ଛଳନା ପୋଷାକେ ବିଭିନ୍ନ

ରୂପରେ ଆବିର୍ଭାବର ।


ବିଚାରପତିଙ୍କ ଦରବାର,

ଆଇନ ଅନୁଯାୟୀ ସର୍ବଶ୍ରେଷ୍ଠ କର୍ମ ଧର୍ମ 

ପାଳନ କରିବା ଦରକାର ।


ବିଚାରପତିଙ୍କ ଦରବାର,

ନ୍ୟାୟ ଦେଲେ ଆଦେଶରେ, ପ୍ରତାରଣାର ଲୁହ 

ବୋହିବା ନାହିଁ ଦରକାର ।।



Rate this content
Log in

Similar oriya poem from Classics